ପୁଲଓ୍ଵାମା ଆକ୍ରମଣକୁ ଭୁଲି ନାହୁଁ, କ୍ଷମା କରି ନାହୁଁ; ଘରେ ପଶି ପ୍ରତିଶୋଧ ନେଲୁ : ପ୍ରଧାନମନ୍ତ୍ରୀ ମୋଦି

ଚୁରୁ (ରାଜସ୍ଥାନ): ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆମେ ଭୁଲି ନାହୁଁ। ସେ ଘଟଣାକୁ ଆମେ କ୍ଷମା ମଧ୍ୟ ପାରିବୁ ନାହିଁ। ଆଜି ଆମେ ଶତ୍ରୁ ଘରେ ପଶି ଏହାର ପ୍ରତିଶୋଧ ନେଇଛୁ। ଭାରତୀୟ ବାୟୁସେନାର ସର୍ଜିକାଲ୍‌ ଷ୍ଟ୍ରାଇକ ପ୍ରସଙ୍ଗରେ ଉପରୋକ୍ତ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ରାଜସ୍ଥାନର ଚୁରୁଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବାୟୁସେନା ପାକ୍‌ ଅଧିକୃତ କାଶ୍ମୀରରେ ପଶି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିବା ପରେ ସମଗ୍ର ଦେଶ ଉତ୍ସବ ମନାଉଛି। ଦେଶରେ ଦେଖାଦେଇଛି ଆନନ୍ଦର ମାହୋଲ୍‌। ଏଥିସହ ପ୍ରଧାନମନ୍ତ୍ରୀ କହିଥିଲେ କି ଏହି ମାଟିକୁ ଛୁଇଁ ମୁଁ ଶପଥ କରୁଛି, କେବେ ବି ଦେଶକୁ ହାରିବାକୁ ଦେବିନାହିଁ।

ଏଥିସହ ସେ ଉପସ୍ଥିତ ଲୋକଙ୍କୁ କହିଥିଲେ କି ଦେଶବାସୀଙ୍କୁ ମୁଁ ବିଶ୍ୱାସ ଦେଉଛି, ସେମାନେ ଏକଥା ସ୍ପଷ୍ଟ ଜାଣି ରଖନ୍ତୁ କି ଦେଶ ବର୍ତ୍ତମାନ ସୁରକ୍ଷିତ ହାତରେ ରହିଛି। ମୁଁ କେବେ ବି ଭାରତ ମାତାର ମଥା ନୋଇଁବାକୁ ଦେବି ନାହିଁ। ଦେଶଠାରୁ ବଡ଼ ଆଉ କିଛି ବି ନୁହେଁ। ଦେଶକୁ ମୁଁ କେବେ ରୋକିବାକୁ ଦେବି ନାହିଁ କି କେଉଁଠି ବି ନୋଇଁବାକୁ ଦେବି ନାହିଁ। ଦେଶର ପରାକ୍ରମୀ ବୀରଙ୍କୁ ମଥା ନୁଆଁଇ ପ୍ରଣାମ ଜଣାଇବାକୁ ସେ ସମସ୍ତଙ୍କୁ ଆହ୍ଵାନ କରିଥିଲେ।

ସମ୍ବନ୍ଧିତ ଖବର