ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଗ୍ଲୋବାଲ ଏନର୍ଜି ଆଣ୍ଡ୍‌ ଏନ୍‌ଭର୍ନମେଣ୍ଟ୍‌ ଲିଡର୍‌ସିପ୍‌ ଆୱାର୍ଡ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ‘ସେରାୱିକ ବୈଶ୍ବିକ ଶକ୍ତି ଏବଂ ପରିବେଶ ନେତୃତ୍ବ ପୁରସ୍କାର’ରେ ସମ୍ମାନିତ କରାଯାଇଛି । ସେରାୱିକ-୨୦୨୧ କାର୍ଯ୍ୟକ୍ରମ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପୁରସ୍କାରକୁ ସେ ମାତୃଭୂମି ଭାରତ ଓ ଦେଶବାସୀଙ୍କୁ ସମର୍ପିତ କରୁଛନ୍ତି। ସେରାୱିକ‘ଗ୍ଲୋବାଲ ଏନର୍ଜି ଆଣ୍ଡ୍‌ ଏନ୍‌ଭର୍ନମେଣ୍ଟ୍‌ ଲିଡର୍‌ସିପ୍‌ ଆୱାର୍ଡ’ର ଆରମ୍ଭ ୨୦୧୬ରେ ହୋଇଥିଲା ଏବଂ ଏହି ଅନ୍ତର୍ଜାତୀୟ ପୁରସ୍କାର ପରିବେଶର ଭବିଷ୍ୟତକୁ ନେତୃତ୍ବ ଦେଉଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଛି ।

ସମ୍ବନ୍ଧିତ ଖବର