ଜାଣନ୍ତୁ ୨୦୧୪ଠାରୁ କେତେ ଭିନ୍ନ ରହିବ ମୋଦୀଙ୍କ ୨୦୧୯ର ଶପଥ ଗ୍ରହଣ ସମାରୋହ

ନୂଆଦିଲ୍ଲୀ : ମେ’ ୨୩ରେ ନିର୍ବାଚନର ଫଳାଫଳ ଆସିବା ପରେ ବିପୁଳ ଭୋଟରେ ବିଜୟ ହାସଲ କରିଥିଲେ ନରେନ୍ଦ୍ର ମୋଦୀ । ବିିଜୟ ପରେ ମୋଦୀ ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ୨୦୧୪ଠାରୁ ୨୦୧୯ର ଶପଥ ଗ୍ରହଣ ସମାରୋହ କେତେ ଭିନ୍ନ ରହିବ ଆସନ୍ତୁ ଜାଣିବା ।

ରାଷ୍ଟ୍ରପତି ଭବନ ଆଗରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ୬,୫୦୦ଅତିଥି ସାମିଲ ହେବେ । କିନ୍ତୁ ୨୦୧୪ରେ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ମାତ୍ର ୫,୦୦୦ ଅତିଥି ସାମିଲ ହୋଇଥିଲେ । ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ଭବନ ଅଗଣାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେଉଥିବା ଜଣା ପଡ଼ିଛି । ଚତୁର୍ଥ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଦରବାର ହଲରେ ନ ହୋଇ ରାଷ୍ଟ୍ରପତି ଭବନର ଫୋରକୋର୍ଟରେ ହେବାକୁ ଯାଉଛି ।

aajtak.intoday.in

୨୦୧୪ ଶପଥ ଗ୍ରହଣ ସମାରୋହରେ ସାର୍କ ଦେଶର ପ୍ରମୂଖ ନେତା ଯୋଗ ଦେଇଥିବା ବେଳେ ୨୦୧୯ ଶପଥ ଗ୍ରହଣ ସମାରୋହରେ ବିମ୍ସଟେକ୍‌ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥର ମରିସସ୍‌ର ପ୍ରଧାନମନ୍ତ୍ରୀ ଏବଂ ଚେକ୍‌ ରିପବ୍ଲିକ୍‌ ମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିବା ଜଣା ପଡ଼ିଛି ।

୨୦୧୪ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ ଯୋଗ ଦେଇଥିବା ବେଳେ ୨୦୧୯ରେ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇ ନାହିଁ ।

ସମ୍ବନ୍ଧିତ ଖବର