ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପ୍ରଚାରର ଶେଷ ଦିନ ଐତିହାସିକ ରହିଥିଲା । ଗତ ୫ବର୍ଷ ମଧ୍ୟରେ ଯାହା ହୋଇ ନଥିଲା, ତାହା ପ୍ରଚାରର ଶେଷ ଦିନରେ ହୋଇଥିଲା । ସବୁ ବିପକ୍ଷ ଦଳ ମୋଦୀଜୀ ଦେଶର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ଗୋଟେ ବି ସାମ୍ବାଦିକ ସମ୍ମିଳନୀ ଡ଼କାଇ ନଥିବା ନେଇ ଅଭିଯୋଗ କରି ଆସୁଥିବା ବେଳେ ଶେଷରେ ମୋଦୀଜୀ ସାମ୍ବାଦିକ ସମ୍ମିଳନୀ ଡ଼କାଇଥିଲେ ।
/sambad/media/post_attachments/wp-content/uploads/2019/05/aa-Cover-vhhs6gd38jbhlfdjrgmtonap52-20181225062956-300x168.jpeg)
ବିଜେପିର ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ ରଖାଯାଇଥିଲା । କିନ୍ତୁ ୫ବର୍ଷ ପରେ ସାମ୍ବାଦିକ ସମ୍ମିଳନୀ ଡ଼କାଇ ମଧ୍ୟ ମୋଦୀ କୌଣସି ପ୍ରଶ୍ନର ଉତ୍ତର ରଖି ନଥିଲେ । ସମ୍ମିଳନୀ ଆରମ୍ଭ ହେବା ପରେ ସବୁ ପ୍ରଶ୍ନର ଉତ୍ତର ବିଜେପି ଅଧ୍ୟକ୍ଷ ଅମିତ ଶାହା ଦେବେ ବୋଲି କହିଥିଲେ ମୋଦୀ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ମଧ୍ୟ ମୋଦୀଙ୍କୁ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେଉଥିଲେ ଅମିତ ଶାହା, ଯାହାକୁ ନେଇ ଏବେ ବିରୋଧୀ ଦଳ ରାଜନୀତି ଆରମ୍ଭ କରି ଦେଇଛି ।