ନୂଆଦିଲ୍ଲୀ: ଆଜି ହୋଲି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହିନ୍ଦୀ ଭାଷାରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ହୋଲି ଉପଲକ୍ଷେ ଆପଣମାନଙ୍କୁ ଅନେକ ଶୁଭକାମନା। ଆନନ୍ଦ, ଉଦ୍ଦୀପନା, ହର୍ଷ ଓ ଉଲ୍ଲାସର ଏହି ଉତ୍ସବ ପ୍ରତ୍ୟେକଙ୍କ ଜୀବନରେ ନୂଆ ଉତ୍ସାହ ଓ ଶକ୍ତି ସଞ୍ଚାର କରୁ।
आप सभी को होली की ढेर सारी शुभकामनाएं। आनंद, उमंग, हर्ष और उल्लास का यह त्योहार हर किसी के जीवन में नए जोश और नई ऊर्जा का संचार करे।
— Narendra Modi (@narendramodi) March 29, 2021
ଉଲ୍ଲେଖଯୋଗ୍ୟ, ବ୍ୟାପକ କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସମେତ ଦେଶର କେତେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଲି ଅବସରରେ ଜନସମାଗମ ଉପରେ ନିଷେଧାଜ୍ଞା ଜାରି କରାଯାଇଛି।
ବିଶେଷଜ୍ଞ ଏବଂ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନେ ସତର୍କ କରାଇ କହିଛନ୍ତି ଯେ, ଯଦି ଲୋକେ କୋଭିଡ୍-୧୯ ନିୟମ ଅନୁସରଣ ନ କରନ୍ତି, ‘ହୋଲି’ ଓ ‘ଶାବ୍-ଏ-ବରାତ୍’ ଭଳି ଉତ୍ସବାନୁଷ୍ଠାନ ‘ସୁପର୍ସ୍ପ୍ରେଡର୍’ ପାଲଟିଯିବ।
ଗୁଜରାଟ ଏବଂ ଓଡ଼ିଶାରେ ହୋଲି ଅବସରରେ ସର୍ବସାଧାରଣ ସ୍ଥାନରେ ଜନସମାଗମ ଉପରେ ନିଷେଧାଦେଶ ଜାରି କରାଯାଇଥିଲେ ମଧ୍ୟ କଟକଣା ସହ ପ୍ରଥାମତେ ପାରମ୍ପରିକ ହୋଲି ପାଳନ କରିବାକୁ ଅନୁମତି ଦିଆଯାଇଛି।