Sydney Terror Attack: ଅଷ୍ଟ୍ରେଲିଆର ସିଡନୀରେ ହନୁକା ଉତ୍ସବ ପାଳନ କରୁଥିବା ଇହୁଦୀ ସଂପ୍ରଦାୟର ଲୋକମାନଙ୍କୁ ଟାର୍ଗେଟ କରି ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି ।
ସେ ମଧ୍ୟ ଏହି ଆକ୍ରମଣରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରମାନଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଥିଲେ। ସେ ଆଶ୍ୱାସନା ଦେଇଥିଲେ ଯେ ଏହି ଦୁଃଖର ମୁହୂର୍ତ୍ତରେ ଭାରତ ଅଷ୍ଟ୍ରେଲିଆର ଲୋକଙ୍କ ସହିତ ସମ୍ପୂର୍ଣ୍ଣ ଏକତାରେ ଠିଆ ହୋଇଛି।
ଆହୁରି ପଢନ୍ତୁ : Malkangiri: MV-26ରେ ଶାନ୍ତି ପ୍ରତିଷ୍ଠା ପାଇଁ ସାଂସଦଙ୍କ ଉଦ୍ୟମ
ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଲେଖିଛନ୍ତି, "ଆଜି ଅଷ୍ଟ୍ରେଲିଆର ବଣ୍ଡି ବିଚ୍ ରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଏହି ଆକ୍ରମଣ ହନୁକା ପର୍ବ ପାଳନ କରୁଥିବା ଇହୁଦୀ ଲୋକଙ୍କୁ ଟାର୍ଗେଟ କରି କରାଯାଇଥିଲା। ଭାରତ ପକ୍ଷରୁ, ମୁଁ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛି। ଏହି ଦୁଃଖର ମୁହୂର୍ତ୍ତରେ ଆମେ ଅଷ୍ଟ୍ରେଲିଆର ଲୋକଙ୍କ ସହିତ ଠିଆ ହୋଇଛୁ। ଆତଙ୍କବାଦ ପ୍ରତି ଭାରତ ଶୂନ୍ୟ ସହିଷ୍ଣୁତା ରଖେ ଏବଂ ଆତଙ୍କବାଦର ସମସ୍ତ ପ୍ରକାର ଏବଂ ରୂପ ବିରୋଧୀ ଅଭିଯାନକୁ ସମର୍ଥନ କଲେ ।
ଆହୁରି ପଢନ୍ତୁ : Lover Threw His Girlfried: ପ୍ରେମ କାହାଣୀର ଏକ ଦୁଃଖଦ ଅନ୍ତ; ପ୍ରେମିକାଙ୍କୁ ଘରୁ ଉଠାଇ ନେଇ ଟ୍ରେନରୁ ଠେଲି ଦେଲା ପ୍ରେମିକ
ସୂଚନାଯୋଗ୍ୟ ଯେ ଏହି ଆକ୍ରମଣରେ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି ଓ ଦୁଇ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପୁଲିସ ଗୁଳିରେ ପ୍ରାଣ ହରାଇଛି ଓ ଅନ୍ୟ ଜଣକ ଗିରଫ ହୋଇଛି ।
ମୃତ ଆତଙ୍କବାଦୀର ନାଁ ନାଭିଦ୍ ଆକ୍ରାମ ଓ ତା ବୟସ ୨୪ ବର୍ଷ ବୋଲି କୁହାଯାଉଛି।। ସେ ସିଡନିର ବାସିନ୍ଦା ଥିଲା । ତା ଘର ଉପରେ ଏବେ ପୁଲିସ ପହଞ୍ଚି ଯାଞ୍ଚ ଚଳାଇଛି । ସିଡନୀ ମର୍ଣ୍ଣିଂ ହେରାଲ୍ଡ ଆକ୍ରାମର ଏକ ଫଟୋ ସେୟାର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/14/modi-2025-12-14-19-27-18.jpg)