ନୂଆଦିଲ୍ଲୀ: ଦୀର୍ଘ ୯ବର୍ଷ ପରେ ଇସ୍ରାଏଲ୍ ଗସ୍ତ କରିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ୧୬ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ୍ ଗସ୍ତ କରିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଓ ରଣନୈତିକ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ହେବ ବୋଲି କୁହାଯାଉଛି। ତେବେ ପ୍ରଧାନମନ୍ତ୍ରୀଙ୍କ ତୃତୀୟ ପାଳିର ଏହା ପ୍ରଥମ ଇସ୍ରାଏଲ ଗସ୍ତ ହେବ।
ମୋଦୀଙ୍କ ଏହି ଗସ୍ତ କୂଟନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହାକୁ କେବଳ ଏକ ଆନୁଷ୍ଠାନିକ ଗସ୍ତ ଭାବରେ ନୁହେଁ ବରଂ ଭାରତର ଦୀର୍ଘକାଳୀନ ରଣନୀତିର ଏକ ଅଂଶ ଭାବରେ ଦେଖାଯାଉଛି। ଏହି ଗସ୍ତ ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହେବାର ଆଶା ରହିଛି।
ଆହୁରି ପଢ଼ନ୍ତୁ: Geeta Pattnaik: ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ବିୟୋଗ
ଉଲ୍ଲେଖଯୋଗ୍ୟ, ୨୦୧୭ ମସିହା ଜୁଲାଇ ମାସରେ ଶେଷଥର ପାଇଁ ମୋଦୀ ଇସ୍ରାଏଲ ଗସ୍ତ କରିଥିଲେ। ମୋଦୀଙ୍କ ୨୦୧୭ ଗସ୍ତ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ, ପ୍ରତିରକ୍ଷା, ସାଇବର ସୁରକ୍ଷା, କୃଷି, ପ୍ରଯୁକ୍ତିବିଦ୍ୟା ଏବଂ ଆତଙ୍କବାଦ ବିରୋଧୀ ସହଯୋଗ ଉପରେ ଗୁରୁତ୍ବ ଦିଆଯାଇଥିଲା। ସେହି ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ରହିଥିଲେ, ଯାହା ଭାରତ ଓ ଇସ୍ରାଏଲ ମଧ୍ୟରେ ଗଭୀର ସମ୍ପର୍କକୁ ସ୍ପଷ୍ଟ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/15/15bbs_94_15022026_112-2026-02-15-20-31-58.jpg)