ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ଏହି ଲକ୍ଡାଉନ୍ ସମୟରେ କିପରି ମୟୁର ସହିତ ସମୟ ବିତାଉଛନ୍ତି ତାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।
ସାମ୍ନାକୁ ଆସିଥିବା ଏହି ଭିଡିଓରେ ପ୍ରଧାନମନ୍ତ୍ରୀଙ୍କ ବାସଭବନର ପରିସରରେ ଏକ ମୟୁର ବୁଲୁଥିବା ଦେଖିବାକୁ ମିଳୁଛି। ମୋଦୀ ଯେତେବେଳେ ପ୍ରାତଃ ଭ୍ରମଣରେ ଯାଉଛନ୍ତି ମୟୁରଟି ତାଙ୍କ ସାଥୀରେ ବୁଲୁଛି। କେବଳ ଏତିକି ନୁହେଁ ମୟୁର ମୋଦୀଙ୍କ ବାସଭବନ ଭିତରକୁ ଆସି ପ୍ରଧାନମନ୍ତ୍ରୀଙ୍କ ହାତରୁ ଦାନା ବି ଖାଉଥିବା ଦେଖିବାକୁ ମିଳିଛି।
Navbharat Timesପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏମିତି ଗାଁ ପରିବେଶ ସୃଷ୍ଟ କରାଯାଇଛି ଯେ ଯେଉଁଠି ପକ୍ଷୀମାନେ ସ୍ନେହରେ ବାନ୍ଧି ହୋଇ ରହିଛନ୍ତି। ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ତେଣୁ ମୟୁରମାନେ ବି ଭୟ ନକରି ଖୁବ୍ ଖୁସିରେ ମୋଦୀଙ୍କ ବାସଭବନ ପରିସରରେ ବୁଲୁଥିବା ଦେଖିବାକୁ ମିଳୁଛି।
The Economic Timesକେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ଜଳବାୟୁ ଓ ବନ ସଂରକ୍ଷଣ ଉପରେ ଗୁରୁତ୍ୱ ହୋଇଥାଆନ୍ତି। ସେ ‘Convenient Action: Gujarat’s Response to Challenges of Climate Change’ ଓ ‘Convenient Action- Continuity for Change’ନାମକ ଦୁଇଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ଯେଉଁଥିରେ ସେ ତାଙ୍କ ଚିନ୍ତାଧାରକୁ ବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/1-6-4-380x214.jpg)