ନୂଆଦିଲ୍ଲୀ : ଉତ୍ତରପ୍ରଦେଶରୁ ପ୍ରଧାନମନ୍ତ୍ରୀ ମୋଦି ନିଜର ପ୍ରଥମ ନିର୍ବାଚନ ରାଲି ଆରମ୍ଭ କରିଥିବା ବେଳେ ଏ ସମୟରେ ସେ ବିରୋଧି ଦଳକୁ କଟାକ୍ଷ କରିଥିବା ଦେଖା ଯାଇଥିଲା । ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ୍ କରି ମୋଦିଙ୍କୁ ବିଶ୍ୱ ନାଟକ ଦିବସର ଶୁଭେଚ୍ଛା ଜଣାଇଥିଲେ । କଥା କଥାରେ ରାହୁଲ ମୋଦିଙ୍କୁ ନାଟକ କରୁଥିବା କହି କଟାକ୍ଷ କରିଥିବା ବେଳେ ଉତ୍ତରପ୍ରଦେଶରେ ହୋଇଥିବା ରାଲିରେ ମୋଦିଜୀ ଏହାର ଉଚିତ୍ ଜବାବ ଦେଇଛନ୍ତି ।
/sambad/media/post_attachments/wp-content/uploads/2019/03/download-100.jpg)
ମେରଠରେ ଆୟୋଜିତ କରାଯାଇଥିବା ଏକ ସଭାରେ ଯୋଗ ଦେଇ, ଚୌକିଦାର ହୁଁ ଭାଇ, ହିସାବ ହୋଗା, ସବ୍କା ହୋଗା, ବାରି ବାରି ସେ ହୋଗା । ୫ବର୍ଷ ମଧ୍ୟରେ ଆମ ସରକାର କ’ଣ କରିଛି ତାହାର ହିସାବ ଦେବା ସହ ଅନ୍ୟମାନଙ୍କୁ ମଧ୍ୟ ନିଜ ନିଜର ହିସାବ ଦେବାକୁ ହେବ ବୋଲି କହିଥିଲେ ମୋଦି । ଏହା ସହ ରାହୁଲଙ୍କ ଟୁଇଟ୍ର ଜବାବ ଦେବାକୁ ଯାଇ, ଯେଉଁମାନେ ଉପଗ୍ରହ ନିରୋଧି କ୍ଷେପଣାସ୍ତ୍ର ଏବଂ ଥିଏଟର ସେଟ୍ ମଧ୍ୟରେ ପାର୍ଥକ୍ୟ ଜାଣି ନାହାନ୍ତି, ସେମାନଙ୍କୁ ଆମେ ଆଉ କ’ଣ କହିବା? ଏ ବିଷୟରେ ମଧ୍ୟ ଆମକୁ ସେମାନଙ୍କୁ ବୁଝାଇବାକୁ ହେବ ବୋଲି କହିଥିଲେ ମୋଦି । ଏହା ପରେ ପରେ ୫ବର୍ଷ ମଧ୍ୟରେ ତାଙ୍କ ସରକାର କ’ଣ ସବୁ ସଫଳତା ହାସଲ କରିଛି ଏବଂ କ’ଣ ସବୁ ଉନ୍ନତି ଆଣି ପାରିଛି ସେ ବିଷୟରେ ଜଣାଇଥିଲେ ।