ସ୍ୱଚ୍ଛତା କର୍ମଚାରୀଙ୍କ ପାଦ ଧୋଇ ସାଲ ପିନ୍ଧାଇ ସମ୍ମାନିତ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସଙ୍ଗମରେ ସ୍ନାନ କରି କୁମ୍ଭ ନଗରି ପ୍ରୟାଗରାଜରେ ପହଞ୍ଚିଥିଲେ। ସେଠାରେ ସେ ତ୍ରିବେଣୀ ସଙ୍ଗମରେ ବୁଡ ପକାଇଥିଲେ। ଏହାପରେ ମୋଦିଙ୍କ କୁମ୍ଭରେ ସ୍ୱଚ୍ଛତାର ମିସାଲ ଦେଖିବାକୁ ମିଳିଥିଲା। ସେ କୁମ୍ଭମେଳାରେ ସ୍ୱଚ୍ଛତାକୁ ଅତୁଟ ରଖିବାରେ ସାହାଯ୍ୟ କରୁଥିବା ସ୍ୱଚ୍ଛତା କର୍ମଚାରୀଙ୍କ ପାଦ ଧୋଇ ସାଲ ପିନ୍ଧାଇ ସେମାନଙ୍କୁ ସମ୍ମାନିତ କରିଥିଲେ।

ସାଧାରଣତଃ ନବରାତ୍ରି ସମୟରେ କନ୍ୟାମାନଙ୍କ ପାଦ ଧୋଇ ପୂଜା କଲେ ପୂର୍ଣ୍ଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ପିଏମ୍‌ ମୋଦି କୁମ୍ଭମେଳା ସମୟରେ ସ୍ୱଚ୍ଛତା କର୍ମଚାରୀଙ୍କ ପାଦ ଧୋଇ ଆର୍ଶୀବାଦ ନେଇ ସମ୍ମାନିତ କରିଥିବା ଦେଖିବାକୁ ମିଳିଛି। ଏହାପୂର୍ବରୁ ମୋଦି କୁମ୍ଭମେଳାରେ ମନ୍ତ୍ରଉଚ୍ଚାରଣ କରି ପୂଜା-ଅର୍ଚ୍ଚନା କରିଥିଲେ। ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଙ୍ଗା ଆରତି କରିଥିଲେ। ପରେ ସେଠାରେ ଉପସ୍ଥିତ ଥିବା ବିଜେପି କର୍ମଚାରୀ ଓ ବ୍ରାହ୍ମଣଙ୍କୁ ଭୋଗ ବାଣ୍ଟିଥିଲେ।

 

ସମ୍ବନ୍ଧିତ ଖବର