ନୂଆଦିଲ୍ଲୀ : କୁମ୍ଭମେଳା ଦଳାଚକଟା ଘଟଣା ପରେ ଫେବ୍ରୁଆରି ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବିତ ପ୍ରୟାଗରାଜ ଗସ୍ତ ବାତିଲ ହୋଇପାରେ। ତେବେ ଏ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବିବୃତି ପ୍ରକାଶ ପାଇନାହିଁ।

Advertisment

ଫେବ୍ରୁଆରି ୫ରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜ ଯାଇ ମହାକୁମ୍ଭରେ ସ୍ନାନ କରିବାର ଥିଲା । ସେ ପ୍ରୟାଗରାଜରେ ୪ ଘଣ୍ଟାରୁ ଅଧିକ ସମୟ ରହିବାର ଥିଲା । କିନ୍ତୁ ମୌନି ଅମାବାସ୍ୟାରେ ହୋଇଥିବା ଦଳାଚକଟା ଘଟଣା ପରେ ମୋଦୀଙ୍କ ଏହି ଗସ୍ତ ବାତିଲ ହେବାର ସମ୍ଭାବନା ରହିଛି । କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ଏହି ଗସ୍ତକୁ ସ୍ଥଗିତ ରଖିଛନ୍ତି ଏବଂ ପରେ ଏକ ନୂତନ ତାରିଖ ଧାର୍ଯ୍ୟ କରାଯାଇପାରେ । ତେବେ ଏ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବିବୃତି ପ୍ରକାଶ ପାଇନାହିଁ।

ଫେବ୍ରୁଆରି ୫ରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜ ଯାଇ ମହାକୁମ୍ଭରେ ସ୍ନାନ କରିବାର ଥିଲା । ସେ ପ୍ରୟାଗରାଜରେ ୪ ଘଣ୍ଟାରୁ ଅଧିକ ସମୟ ରହିବାର ଥିଲା । କିନ୍ତୁ ମୌନି ଅମାବାସ୍ୟାରେ ହୋଇଥିବା ଦଳାଚକଟା ଘଟଣା ପରେ ମୋଦୀଙ୍କ ଏହି ଗସ୍ତ ବାତିଲ ହେବାର ସମ୍ଭାବନା ରହିଛି ।

ବୁଧବାର (ଜାନୁଆରୀ ୨୯, ୨୦୨୫) ମୌନି ଅମାବାସ୍ୟାରେ ହୋଇଥିବା ଦଳାଚକଟାରେ ୩୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା ଏବଂ ୬୦ ଜଣ ଆହତ ହୋଇଥିଲେ। ମୌନି ଅମାବାସ୍ୟାପୂର୍ବ ରାତିରେ ସଙ୍ଗମ ଅଞ୍ଚଳରେ ବହୁ ସଂଖ୍ୟକ ଲୋକ ଶୋଇଥିଲେ। ଏହି ସମୟରେ ସ୍ନାନ ପାଇଁ ଆସିଥିବା ଭିଡ଼ ଅନିୟନ୍ତ୍ରିତ ହୋଇ ବ୍ୟାରିକେଡ୍ ଭାଙ୍ଗି ସେଠାରେ ଶୋଇଥିବା ଲୋକଙ୍କୁ ମାଡି ଘାଟ ଆଡ଼କୁ ଯିବା ଆରମ୍ଭ କରିଥିଲା। ଫଳରେ ଲୋକେ ମୃତାହତ ହୋଇଥିଲେ ।