ରୁଷ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଫଳ ହେବେ: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ କେବଳ ମୋଦୀଜୀ ହିଁ ଅଟକାଇ ପାରିବେ। ଆଜି ଏଭଳି କହିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କଂଗ୍ରେସର ସଭାପତି ଫାରୁକ୍ ଅବଦୁଲ୍ଲା। ୯ମାସ ହେଲାଣି ରୁଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଶେଷ ହେବାର ଆଶା ବ୍ୟକ୍ତ କରି ସେ କହିଛନ୍ତି ଯେ, ଚେଷ୍ଟା କଲେ ଏହି ଯୁଦ୍ଧକୁ ଶେଷ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଫଳ ହେବେ।

ତାଙ୍କ କହିବା ମୁତାବକ,, “ମୁଁ ଖୁସି ଯେ ଭାରତକୁ ଜି-୨୦ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତାର ଦାୟିତ୍ବ ମିଳିଛି। ଏହା ବି ହୋଇପାରେ ଯେ ଏହି ସବୁ ଦେଶର ଭାର ଭାରତ ଉପରେ ରହିଛି। ଏବଂ ମୁଁ ଆଶା କରୁଛି ଯେ, ଅର୍ଥନୈତିକ ଅବସ୍ଥା ଉପରେ ବିପଦ ସୃଷ୍ଟି କରିଥିବା ରୁଷ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଫଳ ହେବେ।

ଏହା ପୂର୍ବରୁ ରବିବାର ଜମ୍ମୁ କଶ୍ମୀରର ଅଖନୁର ଜିଲ୍ଲାରେ ଏକ ଜନ ସମାବେଶକୁ ସମ୍ବୋଧିତ କରିବାବେଳେ ଅବଦୁଲ୍ଲା କହିଥିଲେ ଯେ, କୌଣସି ଧର୍ମ ଖରାପ ନୁହେଁ। ମଣିଷ ଏହାକୁ ଖରାପ କରୁଛି। ମଣିଷମାନେ ଦୁର୍ନୀତିଗ୍ରସ୍ତ, ଧର୍ମ ନୁହେଁ। ପାକିସ୍ତାନ ସହ ହାତ ମିଳାଇଥିବା ନେଇ ଅବଦୁଲ୍ଲାଙ୍କ ଉପରେ ବିରୋଧୀ ଦଳ ଆରୋପ ଲଗାଇଥିବା ବେଳେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଥିଲେ ଅବଦୁଲ୍ଲା।

ସେ କହିଥିଲେ ଯେ, ନ୍ୟାସନାଲ କନଫରେନ୍ସ (ଏନସି) କେବେ ବି ପାକିସ୍ତାନ ସହ ହାତ ମିଳାଇନଥିଲା। ଜିନ୍ନା ମୋ ବାପାଙ୍କୁ ଭେଟିବାକୁ ଆସିଥିଲେ, କିନ୍ତୁ ଆମେ ତାଙ୍କ ସହିତ ହାତ ମିଳାଇବାକୁ ମନା କରିଥିଲୁ। ପ୍ରଭୁ ଶ୍ରୀରାମ କେବଳ ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ନୁହଁନ୍ତି, ପ୍ରଭୁ ରାମ ସମସ୍ତଙ୍କର ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର