ନୂଆଦିଲ୍ଲୀ: ଜି-୨୦ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ବିଶ୍ବ ନେତାମାନଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ୮ ତାରିଖରେ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ ବୋଲି ସ୍ପଷ୍ଟ ହୋଇସାରିଛି। ତେବେ ଇତିମଧ୍ୟରେ ଜାଣିବାକୁ ମିଳିଛି ଯେ ମୋଦୀ ଏହି ସମାନ ଦିନ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନାଥ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ସେ ରବିବାର ଦିନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭେଟିବେ ଏବଂ ଆଫ୍ରିକାନ ୟୁନିଅନ ସଭାପତି ଅଜଲି ଅସୋମନିଙ୍କ ସହ କଥାବାର୍ତ୍ତା କରିବେ। ସେହିପରି ଆହୁରି ଅଧିକରୁ ଅଧିକ ନେତା ଜି-୨୦ ସମ୍ମିଳନୀରେ ଯୋଗ ଦେଇପାରନ୍ତି। ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଜି-୨୦ ସେର୍ପା ଏବଂ ସଚିବ ପ୍ରଧାନମନ୍ତ୍ରୀଙ୍କୁ ସମ୍ମିଳନୀର ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଅବଗତ କରିବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp