ବିଶ୍ୱର ସର୍ବବୃହତ ଅନଲାଇନ ହାକାଥନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଗଷ୍ଟ ୧ ତାରିଖରେ ଭାରତରେ ଆୟୋଜିତ ବିଶ୍ୱର ସର୍ବବୃହତ୍‌ ଅନ୍‌ଲାଇନ ହାକାଥନର ଗ୍ରାଣ୍ଡ ଫିନାଲେକୁ ଉଦ୍‌ଘାଟନ କରିବେ । ଏହା ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ପରିଚାଳିତ ହେବ । ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି କହିଛନ୍ତି ଯେ, ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୦ (ସଫ୍ଟୱେୟାର)ର ଗ୍ରାଣ୍ଡ ଫିନାଲେ ଆସନ୍ତା ଅଗଷ୍ଟ ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଏହି ହାକାଥନ ଆୟୋଜିତ ହେଉଛି । ଏଆଇସିଟିଇ, ପର୍ସିସଟେଣ୍ଟ ସିଷ୍ଟମ ଏବଂ ଆଇ-୪ସି ସଂସ୍ଥା ଏଥିପାଇଁ ବୈଷୟିକ ସହାୟତା ଯୋଗାଉଛି ।

ମନ୍ତ୍ରୀ ଶ୍ରୀ ନିଶଙ୍କ ଆଜି ଏହି ହାକାଥନ ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହା ପୂର୍ବରୁ ଆୟୋଜିତ ହାକାଥନଗୁଡିକର ସଫଳତା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଉଚ୍ଚଶିକ୍ଷା ସଚିବ ଅମିତ ଖରେ, ଏଆଇସିଟିଇର ଅଧ୍ୟକ୍ଷ ଅନିଲ ଶହସ୍ରବୁଦ୍ଧେ, ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଅତିରିକ୍ତ ସଚିବ ରାକେଶ ରଂଜନ ତଥା ମନ୍ତ୍ରାଳୟର ମୁଖ୍ୟ ଇନୋଭେଟିଭ ଅଧିକାରୀ ଅଭୟ ଜେରେ ପ୍ରମୁଖ ଯୋଗଦେଇଥିଲେ ।

ସମ୍ବନ୍ଧିତ ଖବର