ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ପ୍ରଥମ ରବିବାର ବିଶ୍ୱ ପରିବେଶ ଦିବସ ଅବସରରେ ଦିନ ୧୧ଟା ସମୟରେ ବିଜ୍ଞାନ ଭବନରେ ଆୟୋଜିତ ହେଉଥିବା ‘ମୃତ୍ତିକା ସଂରକ୍ଷଣ ଅଭିଯାନ’ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ।
ମୃତ୍ତିକା ସଂରକ୍ଷଣ ଅଭିଯାନ’ ହେଉଛି ଏକ ବିଶ୍ୱସ୍ତରୀୟ ଆନ୍ଦୋଳନ ଯେଉଁଥିରେ ମୃତ୍ତିକାର ଅବନତି ବିଷୟରେ ସଚେତନତା ସୃଷ୍ଟି କରିବା ସହ ଏହାର ଉନ୍ନତି ପାଇଁ କାର୍ଯ୍ୟ କରାଯାଏ। ମାର୍ଚ୍ଚ ୨୦୨୨ରେ ସଦ୍ଗୁରୁ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ, ଯିଏ କି ୨୭ଟି ଦେଶ ଦେଇ ୧୦୦ ଦିନିଆ ମୋଟରସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ୫ ଜୁନ ହେଉଛି ୧୦୦ ଦିନିଆ ଯାତ୍ରାର ୭୫ତମ ଦିନ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ଭାରତରେ ମୃତ୍ତିକାର ଗୁଣମାନରେ ଉନ୍ନତି ଆଣିବା ପାଇଁ ସହଭାଗୀ ଚିନ୍ତାଧାରା ଏବଂ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ।
ମୃତ୍ତିକା ସଂରକ୍ଷଣ ଅଭିଯାନରେ ଯୋଗଦେବେ ପ୍ରଧାନମନ୍ତ୍ରୀ
/sambad/media/post_attachments/wp-content/uploads/2022/04/modi-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)