ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ( ମେ’୫ ତାରିଖ) ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କାଲି ରାତିରେ ସ୍ବତନ୍ତ୍ର ବିମାନରେ ପହଞ୍ଚିବେ ଏବଂ ଭୁବନେଶ୍ୱରରେ ରହିବେ। ଏଠାରୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ।
ଗୋଲକ ମହାପାତ୍ର କହିଛନ୍ତି, ନବୀନ ସରକାର ଅମଳରେ ରାଜ୍ୟରେ ଗରିବୀ ବଢ଼ିଛି। କିନ୍ତୁ ବିଜେପି ସରକାର ଆସିଲେ କେମିତି ଓଡ଼ିଶାରୁ ଗରିବୀ ହଟିବ। କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/91b23660-6c76-48e5-ae76-f8f48f646767.jpeg)