ଶ୍ରୀନଗର: ଜମ୍ମୁକାଶ୍ମୀରରେ ଉଦ୍ଘାଟିତ ହୋଇଛି ଚେନ୍ନାବ ସେତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅତ୍ୟାଧୁନିକ ସେତୁ ପାଇଁ ଖର୍ଚ୍ଚ ହୋଇଛି ୧୫ ଶହ କୋଟି ଟଙ୍କା । ଚେନ୍ନାବ ହେଉଛି ବିଶ୍ବର ସର୍ବୋଚ୍ଚ ସେତୁ । ଏହାର ଉଚ୍ଚତା ୩୫୯ ମିଟର ଏବଂ ଦୈର୍ଘ୍ୟ ୧୩ ଶହ ୧୫ ମିଟର । ଏହି ସେତୁ ଦ୍ବାରା ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ସଂଯୋଗୀକରଣ ବୃଦ୍ଧି ହେବ । ଚେନ୍ନାବ ସେତୁ ଲୋକାର୍ପିତ ପରେ ଏବେ ରେଳ ଚଳାଚଳ ସୁଗମ ହୋଇପାରିବ ।
ରେଳ ଭିତ୍ତିଭୂମି ଓ ସଂଯୋଗୀକରଣକୁ ନୂଆ ଦିଶା । ଚେନାବ ନଦୀ ଉପରେ ବିଶ୍ବର ସର୍ବୋଚ୍ଚ ରେଳ ବ୍ରିଜ୍ । ନଦୀ ପତନରୁ ୩୫୯ ମିଟର ଉଚ୍ଚତାରେ ବ୍ରିଜ୍ ରହିଛି । ଭୂକମ୍ପ ଓ ପବନ ବ୍ରିଜ୍କୁ କ୍ଷତି ପହଞ୍ଚାଇପାରିବ ନାହିଁ । ଚେନାବ ରେଳ ଆର୍ଚ୍ଚ ବ୍ରିଜ୍ରେ ଚାଲିବ ‘ବନ୍ଦେ ଭାରତ’ । ବନ୍ଦେ ଭାରତରେ କଟରାରୁ ଶ୍ରୀନଗର ଲାଗିବ ୩ ଘଣ୍ଟା । ଚେନାବ ପୋଲ ଦେଇ ଯିବାକୁ ଥିବା ବନ୍ଦେ ଭାରତ ଟ୍ରେନରେ ମେସିନଗନ ଓ ବୁଲେଟପ୍ରୁଫ ଜ୍ୟାକେଟ ସହିତ କମାଣ୍ଡୋ ମଧ୍ୟ ରହିବେ । ଭାରତୀୟ ରେଳବାଇ ଜମ୍ମୁ-ଶ୍ରୀନଗର ରୁଟରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ନିରାପତ୍ତା ବ୍ୟବସ୍ଥାକୁ ଅଭୂତପୂର୍ବ ସ୍ତରକୁ ନେଇଛି । ଏହି ଟ୍ରେନ, ଯାହା ବିଶ୍ୱର ସର୍ବୋଚ୍ଚ ରେଳ ପୋଲ ଚେନାବ ବ୍ରିଜ ଦେଇ ଯାତ୍ରା କରିବ, ସେଥିରେ ପ୍ରତି କୋଚ୍ରେ ମେସିନ୍ଗନ୍, ବୁଲେଟପ୍ରୁଫ୍ ଜ୍ୟାକେଟ୍ ଓ ହେଲମେଟ୍ ପିନ୍ଧି ଏନ୍ଏସ୍ଜି କମାଣ୍ଡୋ ମୁତୟନ ହେବେ । ଏହି ପଦକ୍ଷେପ ପାହଲଗାମ ଆକ୍ରମଣ ପରେ ନିରାପତ୍ତା ଚିନ୍ତାକୁ ଦୃଷ୍ଟିରେ ରଖି ନିଆଯାଇଛି । ଅନ୍ୟପଟେ ପାକିସ୍ତାନ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ, କହିଛନ୍ତି ପରିବାର ପାଇଁ କାମ କରୁଥିବା ଆଦିଲଙ୍କୁ ଆତଙ୍କବାଦୀମାନେ ମାରିଦେଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାକୁ କାପୁରୁଷତାପୂର୍ଣ୍ଣ କାର୍ଯ୍ୟ ବୋଲି ଅଭିହିତ କରି ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସୁରକ୍ଷା ବାହିନୀର ସାହସିକତାକୁ ପ୍ରଶଂସା କରିଛନ୍ତି ମୋଦୀ କହିଛନ୍ତି, କାହାରି ବଳିଦାନ ବୃଥା ଯିବ ନାହିଁ । ଆମେ ଆତଙ୍କବାଦ ବିରୋଧରେ ଆମର ଲଢ଼େଇ ଜାରି ରଖିବୁ ।