ବୋସ୍ ସ୍ମାର୍ଟ କ୍ୟାମ୍ପସ୍ ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ବୋସ୍ ସ୍ମାର୍ଟ କ୍ୟାମ୍ପସ୍ ଉଦ୍‌ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଲେ, ‘୧୦୦ ବର୍ଷ ପୂରଣ କରିଥିବାରୁ ବୋସ୍‍ ଇଣ୍ଡିଆକୁ ଅଭିନନ୍ଦନ । ଉଭୟ ଭାରତ ଏବଂ ବୋସ୍ ଇଣ୍ଡିଆ ପାଇଁ ଏହା ଏକ ବିଶେଷ ବର୍ଷ । ଆମ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି ଏବଂ ଆପଣ ଭାରତରେ ଆପଣଙ୍କ ଉପସ୍ଥିତିର ଏକ ଶତାବ୍ଦୀ ପାଳନ କରୁଛନ୍ତି । ବୋସ୍ ସ୍ମାର୍ଟ କ୍ୟାମ୍ପସ୍ ଉଦ୍‌ଘାଟନ କରି ମୁଁ ମଧ୍ୟ ଖୁସି । ଏହି କ୍ୟାମ୍ପସ ନିଶ୍ଚିତ ଭାବରେ ଭାରତ ଏବଂ ବିଶ୍ୱ ପାଇଁ ଭବିଷ୍ୟତର ଉତ୍ପାଦ ଏବଂ ସମାଧାନ ବିକାଶରେ ଅଗ୍ରଣୀ ହେବ ।

ଅକ୍ଟୋବର ୨୦୧୫ରେ, ଚାନସେଲର ମର୍କେଲଙ୍କ ସହ ବେଙ୍ଗାଲୁରୁର ବୋସ୍ ସୁବିଧା ପରିଦର୍ଶନ କରିବାର ସୁଯୋଗ ପାଇଥିଲି। ଏହା ହେଉଛି ଜ୍ଞାନକୌଶଳର ଯୁଗ । ଆମେ ସମସ୍ତେ ଗତ ଦୁଇ ବର୍ଷ ମଧ୍ୟରେ ଜ୍ଞାନକୌଶଳର ଉପକାର ଦେଖିଛୁ ଯେତେବେଳେ ଏକ ଶତାବ୍ଦୀ ମଧ୍ୟରେ ବିଶ୍ୱ ସବୁଠୁ ବଡ ମହାମାରୀ ସହ ଲଢିଛି । ତେଣୁ, ବୈଷୟିକ ଏବଂ ନବସୃଜନ କ୍ଷେତ୍ରରେ ଆହୁରି ବିନିଯୋଗ କରିବା ଜରୁରୀ ଅଟେ । ମୁଁ ଖୁସି ଯେ ବୋସ୍ ଇଣ୍ଡିଆ କେବଳ ନବସୃଜନ ଉପରେ ନୁହେଁ ବରଂ ଏହାକୁ ଆଗକୁ ନେବାରେ ମଧ୍ୟ କାର୍ଯ୍ୟ କରିଛି । ଏହାର ଏକ ପ୍ରମୁଖ ସ୍ତମ୍ଭ ମଧ୍ୟ ସ୍ଥିରତା ହେବ । ଗତ ୮ ବର୍ଷ ମଧ୍ୟରେ ସୌର ଶକ୍ତିର ସ୍ଥାପନ କ୍ଷମତା ପ୍ରାୟ ୨୦ ଗୁଣ ବୃଦ୍ଧି ସହିତ ଭାରତର ଅଭିବୃଦ୍ଧି ସବୁଜ ହେବାରେ ଲାଗିଛି । ମୋତେ କୁହାଯାଇଥିଲା ଯେ ବୋସ୍ ଉଭୟ ଭାରତ ତଥା ଭାରତ ବାହାରେ କାର୍ବନ ନିରପେକ୍ଷତା ହାସଲ କରିଛନ୍ତି । ଏହା ଅତ୍ୟନ୍ତ ପ୍ରେରଣାଦାୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି।’

ଏହି ଅବସରରେ ଶ୍ରୀ ମୋଦୀ କହିଲେ, ଆଜି ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ମଧ୍ୟରେ ରହିଛି । ଗତ ଦୁଇ ବର୍ଷ ମଧ୍ୟରେ ନିବେଶ ବୃଦ୍ଧି ପାଇଛି । ଆମର ଯୁବବର୍ଗଙ୍କୁ ଧନ୍ୟବାଦ, ଆମର ଷ୍ଟାର୍ଟ ଅପ୍ ଇକୋ-ସିଷ୍ଟମ ଦୁନିଆର ସବୁଠୁ ବଡ ଅଟେ । ବୈଷୟିକ ଦୁନିଆରେ ନିଜେ ବହୁତ କିଛି କରିବାର ସୁଯୋଗ ଅଛି । ପ୍ରତ୍ୟେକ ଗ୍ରାମକୁ ଦ୍ରୁତ ଗାମୀ ଇଣ୍ଟରନେଟ୍ ଯୋଗାଇବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି । ଆମର ଲକ୍ଷ୍ୟ ହେଉଛି ସରକାରଙ୍କ ପ୍ରତ୍ୟେକ ଦିଗ ସହିତ ଜ୍ଞାନକୌଶଳ ଏକୀକରଣ ଅନ୍ତର୍ଭୁକ୍ତ କରି ଏକ ଜିଡିଟାଲ ଇଣ୍ଡିଆ ଗଠନ କରିବା । ଏହି ସୁଯୋଗଗୁଡିକର ଉପଯୋଗ କରିବାକୁ ଏବଂ ଆମ ଦେଶରେ ବିନିଯୋଗ କରିବାକୁ ମୁଁ ବିଶ୍ୱକୁ ଅନୁରୋଧ କରିବି। ୧୦୦ ବର୍ଷ ପୂର୍ବେ, ବୋସ୍ ଏକ ଜର୍ମାନ କମ୍ପାନୀ ଭାବରେ ଭାରତ ଆସିଥିଲା । କିନ୍ତୁ ଆଜି ଏହା ଯେତିକି ଭାରତୀୟ ସେତିକି ଜର୍ମାନ । ଜର୍ମାନ ଇଞ୍ଜିନିୟରିଂ ଏବଂ ଭାରତୀୟ ଶକ୍ତିର ଏହା ଏକ ବଡ଼ ଉଦାହରଣ । ଏହି ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ । ପୁଣି ଥରେ, ମୁଁ ବୋସ୍ ଇଣ୍ଡିଆର ସମଗ୍ର ପରିବାରକୁ ଅଭିନନ୍ଦନ ଜଣାଉଛି ଏବଂ ଆପଣଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଥିଲେ।

ସମ୍ବନ୍ଧିତ ଖବର