ଖଡ଼ଗପୁରରେ ପ୍ରଧାନମନ୍ତ୍ରୀଙ୍କ ରୢାଲି, ୭୦ ବର୍ଷର କାମ ୫ ବର୍ଷରେ କରି ଦେଖାଇବୁ

ହ୍ବାଟ୍ସଆପ୍‌, ଫେସ୍‌ବୁକ ଡାଉନ୍‌ ହେବାକୁ ରାଜ୍ୟର ବିକାଶ ସହ ଯୋଡ଼ିଲେ

ଖଡ଼ଗପୁର; କରୋନା ମହାମାରୀ ଭିତରେ ପଶ୍ଚିମବଂଗ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖଡ଼ଗପୁରରେ ଏକ ବିଶାଳ ରୢାଲିରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ପଶ୍ଚିମବଂଗର ଜନସାଧାରଣଙ୍କୁ କଂଗ୍ରେସ, ବାମଦଳ ଏବଂ ଟିଏମ୍‌ସି ୭୦ ବର୍ଷ ଧରି ପ୍ରତାରଣା କରିଛନ୍ତି। ଆମେ ୭୦ ବର୍ଷର କାମ ୫ ବର୍ଷରେ କରି ଦେଖାଇବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏଥର ରାଜ୍ୟରେ ବିଜେପି ସରକାର ଆଣିବା ପାଇଁ ଲୋକେ ମନ ସ୍ଥିର କରି ନେଇଛନ୍ତି ବୋଲି ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେପି ବିରୋଧରେ କୌଣସି ଅପପ୍ରଚାର ଓ ଷଡ଼ଯନ୍ତ୍ର ଆଉ କାମ ଦେନାହିଁ। ଗତ ରାତିରେ ପ୍ରାୟ ୧ ଘଣ୍ଟା ପାଇଁ ସୋସିଆଲ ମିଡିଆ ଫ୍ଲାଟଫର୍ମ ହ୍ବାଟ୍ସଆପ୍‌ ଏବଂ ଫେସ୍‌ବୁକ୍‌ ଡାଉନ୍‌ ରହିବା ମାମଲାକୁ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ବିଶ୍ବରେ ୫୦ରୁ ୫୫ ମିନିଟ ପର୍ଯ୍ୟନ୍ତ ସୋସିଆଲ ମିଡିଆ ଡାଉନ୍‌ ହୋଇଯିବାରୁ ବ୍ୟାପକ ଉଦ୍‌ବେଗ ଦେଖିବାକୁ ମିଳିଥିଲା। ପଶ୍ଚିମବଂଗରେ ୫୦ ବର୍ଷରୁ ଅଧିକ ସମୟ ଧରି ବିକାଶ ଡାଉନ୍‌ ହୋଇଯାଇଛି, ଲୋକଙ୍କ ସ୍ବପ୍ନ ଓ ବିଶ୍ବାସ ମଧ୍ୟ ଡାଉନ୍‌ ହୋଇଯାଇଛି। ଏହାକୁ ନେଇ କ’ଣ ଲୋକେ ଉଦ୍‌ବେଗ ପ୍ରକାଶ କରିବେ ନାହିଁ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର