ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ : ମାସ୍କ ପିନ୍ଧ, ସାମାଜିକ ଦୂରତା ରକ୍ଷା କର

ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମ ଦିବସ ସମଗ୍ର ଦେଶରେ ପାଳିତ ହୋଇଛି। ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଆରୋଗ୍ୟ କାମନା କରିଛନ୍ତି। କରୋନା ମହାମାରୀରୁ ରକ୍ଷା ପାଇବାକୁ ସମସ୍ତେ ଠିକ୍‌ ଢଙ୍ଗରେ ମାସ୍କ ପିନ୍ଧନ୍ତୁ, ଦୁଇ ଗଜ ଦୂରତା ରକ୍ଷା କରନ୍ତୁ ଏବଂ ଅଯଥାରେ ଜନଗହଳି ସ୍ଥାନକୁ ଯାଆନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ସାଙ୍ଗକୁ ଆମ ପୃଥିବୀକୁ ସୁସ୍ଥ ରଖିବାକୁ ଜନ୍ମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ବାନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର