ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ: ଜି୨୦ ସମ୍ମିଳନୀରେ ବିଶ୍ବ ପ୍ରସଙ୍ଗ ଉପରେ ଉଦ୍‌ବୋଧନ ଦେବେ

ନୂଆଦିଲ୍ଲୀ: ବ‌ାଲିରେ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଯାଉଥିବା ଜି୨୦ ଶିଖର ବୈଠକରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ୟୁକ୍ରେନ୍ ଯୁଦ୍ଧ, ଖାଦ୍ୟ ଓ ଶକ୍ତି ନିରାପତ୍ତା, ଆନ୍ତର୍ଜାତିକ ବିକାଶକୁ ପୁନରୁଜ୍ଜୀବିତ କରିବା, ପରିବେଶ, ସ୍ବାସ୍ଥ୍ୟ ଏବଂ ଡିଜିଟାଲ ରୂପାନ୍ତର ସହ ବିଭିନ୍ନ ଆନ୍ତର୍ଜାତିକ ଗୁରୁତ୍ବପୂର୍ଣ୍ଣ ବିଷୟ ନେଇ ଜି୨୦ର ଅନ୍ୟାନ୍ୟ ନେତୃବର୍ଗଙ୍କ ସହ ବାଲିର ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବିସ୍ତାରିତ ଆଲୋଚନା କରିବେ।

ଜି୨୦ ଶିଖର ସମ୍ମିଳନୀର ସାଇଡ୍‌ଲାଇନ୍‌ରେ ବିଭିନ୍ନ ଦେଶର ନେତାଙ୍କ ସହ ସେ ନାନା ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ। ମଙ୍ଗଳବାର ବାଲିରେ ଭାରତୀୟ ସମ୍ପ୍ରଦାୟ ଦ୍ବାରା ଆୟୋଜିତ ଏକ ଅଭ୍ୟର୍ଥନା କାର୍ଯ୍ୟକ୍ରମରେ ମଧ୍ୟ ନିଜର ବକ୍ତବ୍ୟ ରଖିବେ ମୋଦୀ। ଇନ୍ଦୋନେସିଆର ରାଷ୍ଟ୍ରପତି ଜୋକୋ ୟୁଡୋଡୋ ସମ୍ମିଳନୀର ସମାପ୍ତି ଅଧିବେଶନରେ ସଭାପତିତ୍ବ କରିବାର ଭାର ଭାରତକୁ ଅର୍ପଣ କରିବେ, ଯାହା ଆମ ପାଇଁ ଗୌରବର ବିଷୟ। ସୂଚନୀୟ ଯେ, ୨୦୨୨ ଡିସେମ୍ବର ପହିଲାରେ ଭାରତ ଆନୁଷ୍ଠାନିକ ଭାବେ ଜି୨୦ର ସଭାପତି ଦାୟିତ୍ବ ଗ୍ରହଣ କରିବ।

ସମ୍ବନ୍ଧିତ ଖବର