ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୟନିତ ଭାଷଣର ସଂଗ୍ରହ ଏକ ପୁସ୍ତକ ଆକାରରେ ପ୍ରକାଶ ପାଇବାକୁ ଯାଉଛି। ‘‘ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ବାସ’’ ଶୀର୍ଷକ ଏହି ପୁସ୍ତକର ଉନ୍ମୋଚନ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ବାରା ୨୩ ସେପ୍ଟେମ୍ବରରେ ରଙ୍ଗ ଭବନ ଅଡିଟୋରିୟମରେ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ମେରୁ ୨୦୨୦ ମେ ମଧ୍ୟରେ ଦେଇଥିବା ଭାଷଣକୁ ନେଇ ଏହା ପ୍ରସ୍ତୁତ କରାଯାଇଛି।
ଏହି କାର୍ଯ୍ୟକ୍ରମର କେରଳର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ମୁଖ୍ୟ ଅତିଥି ଏବଂ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ସମ୍ମାନିତ ଅତିଥି ଭାବେ ଯୋଗଦେବେ। କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହି କାର୍ଯ୍ୟକ୍ରମର ଆୟୋଜକର ଭୂମିକା ଗ୍ରହଣ କରିବେ।
/sambad/media/post_attachments/wp-content/uploads/2022/09/01Y27B.jpg)
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକ୍ଷିପ୍ତ ଭାଷଣର ଏହା ସଙ୍କଳନ ୧୩୦କୋଟି ଭାରତୀୟଙ୍କ ଆଶା ଏବଂ ଆକାଂକ୍ଷା ମାଧ୍ୟମରେ ‘ନ୍ୟୁ ଇଣ୍ଡିଆ’ର ନିର୍ମାଣ ସାରସଂଗ୍ରହ ଅଟେ।‘ଜନ ଭାଗିଦାରୀ – ସଭିଙ୍କୁ ସାଥୀରେ ନେଇ ଚାଲିବା’ – ଏହି ଚିନ୍ତାଧାରା ଓ ଦୃଷ୍ଟିଭଙ୍ଗୀକୁ ପ୍ରାପ୍ତ କରିବାର ମୁଖ୍ୟ ଆଧାର ଅଟେ, ସାମୁହିକ ବିଶ୍ବାସ ଏବଂ ସଙ୍କଳ୍ପ ମାଧ୍ୟମରେ ସମନ୍ବିତ ବିକାଶ।
ଏହି ପୁସ୍ତକରେ ବିଭିନ୍ନ ବିଷୟ ଉପରେ ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଦେଇଥିବା ୮୬ଟି ଭାଷଣ ରଖାଯାଇଛି। ଏଥିରେ ଆତ୍ମନିର୍ଭର ଭାରତ : ଅର୍ଥବ୍ୟବସ୍ଥା, ଜନ ପ୍ରଥମ ଶାସନ, କୋଭିଡ୍ -୧୯ ବିପକ୍ଷରେ ସଂଗ୍ରାମ, ବିକାଶଶୀଳ ଭାରତ : ବିଦେଶୀ ବ୍ୟାପାର, ଜୟ କିଶାନ, ଟେକ୍ ଇଣ୍ଡିଆ –ନ୍ୟୁ ଇଣ୍ଡିଆ, ହରିତ ଭାରତ-ସହନଶୀଳ ଭାରତ- ସ୍ବଚ୍ଛ ଭାରତ, ସ୍ବସ୍ଥ ଭାରତ, ସକ୍ଷମ ଭାରତ, ସନାତନ ଭାରତ-ଆଧୁନିକ ଭାରତ : ସାଂସ୍କୃତିକ ଐତିହ୍ୟ ଓ ମନ କି ବାତ୍ ଆଦି ବିଭାଗ ରହିଛି।
ହିନ୍ଦୀ ସହିତ ଇଂରାଜୀରେ ପ୍ରକାଶିତ ଏହି ପୁସ୍ତକ ସାରା ଦେଶରେ ପ୍ରକାଶନ ବିଭାଗର ବିକ୍ରି କେନ୍ଦ୍ର ଏବଂ ସୂଚନା ଭବନ, ସିଜିଓ କମ୍ପ୍ଲେକ୍ସ, ନୂଆଦିଲ୍ଲୀର ବୁକ୍ ଗ୍ୟାଲେରିରେ ଉପଲବ୍ଧ ହେବ। ପୁସ୍ତକକୁ ପ୍ରକାଶନ ବିଭାଗର ୱେବସାଇଟ୍ ସହିତ ଭାରତକୋଶ ପ୍ଲାଟଫର୍ମ ମାଧ୍ୟମରେ ଅନଲାଇନ୍ ମଧ୍ୟ କିଣା ଯାଇପାରିବ। ଇ-ପୁସ୍ତକ ଆମାଜନ୍ ଓ ଗୁଗଲ୍ ପ୍ଲେରେ ମଧ୍ୟ ଉପଲବ୍ଧ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/modi-4.jpg)