୭ଦିନରେ କରୋନାରୁ ଆରୋଗ୍ୟ ଲାଭକଲେ ବ୍ରିଟେନର ଯୁବରାଜ ପ୍ରିନ୍ସ ଚାର୍ଲସ

ନୂଆଦିଲ୍ଲୀ: କିଛି ଦିନ ତଳେ ବ୍ରିଟେନର ଯୁବରାଜ ଚାର୍ଲସ  କରୋନା ସଂକ୍ରମିତ ହୋଇଥିବା ନେଇ ଖବର ହସ୍ତଗତ ହୋଇଥିଲା । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଚାର୍ଲସଙ୍କ ମୁଖପାତ୍ର କହିଥିଲେ | ଡ୍ୟୁକ ଅଫ କର୍ନଓ୍ୱାଲ ଭାବରେ ପରିଚିତ ପ୍ରିନ୍ସ ଚାର୍ଲସଙ୍କ ନମୁନା ପରୀକ୍ଷା ପଜିଟିଭ ବାହାରି ଥିଲେ ମଧ୍ୟ ତାଙ୍କ ଶରୀରରେ କରୋନାର ସାମାନ୍ୟ ଲକ୍ଷଣ ରହିଛି ଓ ସେ ନିଜର ସ୍ୱାଭାବିକ କାର୍ଯ୍ୟ କରୁଛନ୍ତି । ସାମାନ୍ୟ ସଂକ୍ରମଣ ପାଇଁ ସେ ସ୍କଟଲାଣ୍ଡରେ ଏକାନ୍ତବାସରେ ରହୁଛନ୍ତି ବୋଲି ତାଙ୍କ ଅଫିସ ପକ୍ଷରୁ କୁହାଯାଇଥିବା ବେଳେ ଏବେ ସେ କରୋନା ଭୂତାଣୁ ମୁକ୍ତ ହୋଇଥିବା ଜଣା ପଡିଛି | ସଂକ୍ରମିତ ହୋଇଥିବା ଖବର ଆସିବାର ୭ଦିନ ପରେ ସେ କରୋନା ଭୂତାଣୁ ମୁକ୍ତ ହୋଇଛନ୍ତି |

Prince Charles health update: Duke 'up and about' working despite ...
Daily Express

ତେଣେ ବକିଙ୍ଗହାମ୍ ରାଜପ୍ରାସାଦର ଜଣେ କର୍ମଚାରୀ କରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ରାଣୀ ଦ୍ୱିତୀୟ ଏଲିଜାବେଥ୍ ସେଠାରୁ ଅନ୍ୟତ୍ର ଚାଲିଯାଇଛନ୍ତି । ପ୍ରତିଷେଧାତ୍ମକ ବ୍ୟବସ୍ଥାସ୍ୱରୂପ ୯୩ ବର୍ଷୀୟା ରାଣୀଙ୍କୁ ଗୁରୁବାର ଦିନ ୱିଣ୍ଡସର କ୍ୟାସେଲକୁ ସ୍ଥାନାନ୍ତର କରାଯାଇଛି । ରାଣୀ ସେଠାରେ ଅନିର୍ଦ୍ଦିଷ୍ଟ କାଳଯାଏଁ ରହିବେ । ତାଙ୍କର ସମସ୍ତ କାର୍ଯ୍ୟକ୍ରମ ମଧ୍ୟ ବାତିଲ କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କଥା ଜଣାପଡ଼ିଛି । ରାଣୀ ବକିଙ୍ଗହାମ ପ୍ରାସାଦରେ ଥିବାବେଳେ ସମ୍ପୃ୍କ୍ତ ରାଜ କର୍ମଚାରୀଜଣକ କରୋନାଭାଇରସ ସଂକ୍ରମିତ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା । କିନ୍ତୁ, ସେ କେତେଦୂର ରାଣୀଙ୍କ ସହ ମିଳାମିଶା କରିଛନ୍ତି, ତାହା ଜଣାପଡ଼ିନାହିଁ । ସେ କର୍ମଚାରୀଙ୍କୁ ଏକାନ୍ତବାସରେ ରଖାଯାଇଛି ।

ସମ୍ବନ୍ଧିତ ଖବର