ୱାସିଂଟନ: ଇଂଲଣ୍ଡର ରାଣୀ କନସର୍ଟ କାମିଲାଙ୍କ ଉପରେ ବର୍ଷିଛନ୍ତି ପ୍ରିନ୍ସ ହ୍ୟାରି। ସେ ତାଙ୍କୁ ଖଳନାୟିକା ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପିତା କିଙ୍ଗ ଚାର୍ଲସ ୩ୟ ଓ ମା’ ସ୍ବର୍ଗତା ରାଜକୁମାରୀ ଡାଏନାଙ୍କ ବିବାହରେ କାମିଲା ଥିଲେ ତୃତୀୟ ବ୍ୟକ୍ତି। ଏକ ସାକ୍ଷାତ୍‌କାରରେ ସାମ୍ବାଦିକ ଆଣ୍ଡର୍ସନ କୁପରଙ୍କୁ ଏ କଥା କହିଛନ୍ତି ପ୍ରିନ୍ସ ହ୍ୟାରି। ସେ ଓ ତାଙ୍କ ଭାଇ ପ୍ରିନ୍ସ ୱିଲିୟମ୍ ସିଧାସଳଖ ବାପାଙ୍କୁ କାମିଲାଙ୍କୁ ବିବାହ ନ କରିବା ପାଇଁ କହିଥିଲେ। ଏହାବ୍ୟତୀତ କ୍ୟାମିଲା ଖୁସିରେ ରୁହନ୍ତୁ ବୋଲି ଆମେ ଚାହୁଥିଲୁ। କାରଣ ସେ ଖୁସିରେ ରହିଲେ ସେତେଟା ବିପଜ୍ଜନକ ହେବେନାହିଁ। ହ୍ୟାରିଙ୍କ ପୁସ୍ତକ ‘ସ୍ପେୟାର’ ଆସନ୍ତାକାଲି ପ୍ରକାଶ ପାଇବ। ଏଥିରେ ହ୍ୟାରି ଏସବୁ ବିଷୟ ଉଲ୍ଲେଖ କରିଛନ୍ତି।