ରାଣୀଙ୍କ ଶବଯାତ୍ରାରେ ସାମରିକ ପୋଷାକ ନ ପିନ୍ଧି କାହିଁକି ‘ମର୍ଣ୍ଣିଙ୍ଗ୍‌ ସୁଟ୍‌’ ପିନ୍ଧିଲେ ରାଜକୁମାର ‌ହ୍ୟାରି

ଲଣ୍ଡନ୍‌: ବକିଙ୍ଗ୍‌ହାମ୍‌ ପ୍ରାସାଦରୁ ରାଣୀ ଏଲିଜାବେଥ୍‌ଙ୍କ କଫିନ୍‌କୁ ‘ସେରିମନିଆଲ୍‌ ମିଲିଟାରି ୟୁନିଫର୍ମ’ ପିନ୍ଧି ରାଜା ଚାର୍ଲସ୍‌ ଏବଂ ଯୁବରାଜ ୱିଲିୟମ୍‌ ଶୋଭାଯାତ୍ରାରେ ୱେଷ୍ଟ୍‌ମିନଷ୍ଟର୍‌କୁ ନେବା ବେଳେ ସେମାନଙ୍କ ସାଥିରେ ଯାଉଥିବା ରାକୁମାର ହ୍ୟାରି ‘ମର୍ଣ୍ଣିଙ୍ଗ୍‌ ସୁଟ୍‌’ ପିନ୍ଧିଥିଲେ।

ସାମରିକ ପୋଷାକ ପିନ୍ଧିବାକୁ ରାଜକୁମାର ହ୍ୟାରିଙ୍କର ଯୋଗ୍ୟତା ନାହିଁ। ଏହାର କାରଣ ହେଲା ସେ ଓ ତାଙ୍କ ପତ୍ନୀ ମେଘାନ୍‌ ୨୦୨୦ରୁ ରାଜ କର୍ତ୍ତବ୍ୟରୁ ଓହରି ଯାଇଛନ୍ତି। ସମ୍ପ୍ରତି ‌ହ୍ୟାରି ଓ ମେଘାନ୍‌ ରାଜ ପରିବାରର କାର୍ଯ୍ୟ କରୁ ନ ଥିବା ସଦସ୍ୟ। ଏବେ ସବୁ ସମୟରେ ରାଜକୀୟ କର୍ତ୍ତବ୍ୟ ସମ୍ପାଦନ କରୁଥିବା ୱିଲିୟମ୍‌ସ୍‌ ସିଂହାସନର ପରବର୍ତ୍ତୀ ଉତ୍ତରାଧିକାରୀ।

ୱେଷ୍ଟ୍‌ମିନ୍‌ଷ୍ଟର୍‌ ହଲ୍‌ରେ ହେବାକୁ ଥିବା ଚୂଡ଼ାନ୍ତ ଶୋକ ପାଳନ ସହ ୫ଟି ପାରମ୍ପରିକ କାର୍ଯ୍ୟକ୍ରମରେ ‘ଡ୍ୟୁକ୍‌ ଅଫ୍‌ ସସେସ୍‌’ ହ୍ୟାରିଙ୍କୁ ସାମରିକ ପୋଷାକ ପିନ୍ଧିବାକୁ ଅନୁମତି ମିଳିବ ନାହିଁ।

Image Courtesy of Europa Duhuta

ହ୍ୟାରିଙ୍କ ମୁଖପାତ୍ର ଦେଇଥିବା ବିବୃତିରେ କହିଛନ୍ତି, ସମସ୍ତ କାର୍ଯ୍ୟକ୍ରମରେ ୩୭ ବର୍ଷିୟ ହ୍ୟାରି ‘ମର୍ଣ୍ଣିଙ୍ଗ୍‌ ସୁଟ୍‌’ ପିନ୍ଧିବେ। ସେ କହିଛନ୍ତି: ଜେଜୀଙ୍କ ସମ୍ମାନାର୍ଥେ ସବୁ କାର୍ଯ୍ୟକ୍ରମରେ ‘ଦି ଡ୍ୟୁକ୍‌ ଅଫ୍‌ ସସେସ୍‌’ ପ୍ରିନ୍‌ସ୍‌ ହ୍ୟାରି ‘ମର୍ଣ୍ଣିଙ୍ଗ୍‌ ସୁଟ୍‌’ ପିନ୍ଧିବେ।

ସେନାରେ ୧୦ ବର୍ଷ ରହିବା ସମୟରେ ରାଜକୁମାର ହ୍ୟାରି କ୍ୟାପ୍ଟେନ୍‌ ପାହ୍ୟାକୁ ଉନ୍ନୀତ ହେବା ସହ ଦୁଇ ଥର ଆଫଗାନିସ୍ତାନ ଗସ୍ତ କରିଥିଲେ।

ସୂଚନାଯୋଗ୍ୟ, ମାର୍ଚ ୨୦୨୧ରେ ‘ଓର୍ଫା ୱିନ୍‌ଫ୍ରେ’ ପତ୍ରିକାରେ ପ୍ରକାଶିତ ହ୍ୟାରି ଓ ମେଘାନ୍‌ଙ୍କର ଅପ୍ରତ୍ୟାଶିତ ସାକ୍ଷାତ୍‌କାରରେ ମେଘାନ୍‌ ତାଙ୍କର ଅସନ୍ତୋଷ ଓ ଏକଲାପଣ କଥା କହିଥିଲେ। ସେ କହିଥିଲେ ଯେ, ୨୦୧୮ରେ ହ୍ୟାରିଙ୍କୁ ବିବାହ କରିବା ପରଠାରୁ ସେ ରାଜକାର୍ଯ୍ୟ ସମ୍ପାଦନ କରିବା ବେଳୁ ଉପରୋକ୍ତ ପରିସ୍ଥିତି ଦେଇ ଗତ କରୁଛନ୍ତି।

ହ୍ୟାରି ମଧ୍ୟ କହିଥିଲେ ଯେ, ରାଜକୀୟ ଜୀବନ ତାଙ୍କୁ ଯନ୍ତାରେ ପକାଇ ରଖିବା ପରି ଲାଗୁଛି। ପତ୍ନୀ ମେଘାନ୍‌ ପ୍ରତି ଅସହଯୋଗ କରୁଥିବାରୁ ହ୍ୟାରି ନିଜ ପରିବାରକୁ ମଧ୍ୟ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର