ବ୍ରିଟେନର ପ୍ରିନ୍ସ ଫିଲିପଙ୍କ ପରଲୋକ

ଲଣ୍ଡନ : ବ୍ରିଟେନର ରାଣୀ ଏଲିଜାବେଥ-୨ୟଙ୍କ ସ୍ବାମୀ ତଥା ଡ୍ୟୁକ୍ ଅଫ ଏଡିନବରୋ ପ୍ରିନ୍ସ ଫିଲିପଙ୍କର ଆଜି ୯୯ ବର୍ଷ ବୟସରେ ପରଲୋକ ହୋଇଛି । ଆଜି ସକାଳେ ବ୍ରିଟିଶ ରାଜପରିବାରର ୨ୟ ପ୍ରମୁଖ ରାଜପ୍ରାସାଦ ଓ୍ବିଣ୍ଡସର୍ କାସଲରେ ତାଙ୍କର ପରଲୋକ ହୋଇଥିଲା ବୋଲି ବକିଂହାମ୍ ପ୍ୟାଲେସ୍ ତରଫରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।

ବିଗତ କିଛି ବର୍ଷ ହେଲା ସେ ବୃଦ୍ଧାବସ୍ଥାଜନିତ ରୋଗରେ ପୀଡ଼ିତ ଥିଲେ । ଗତ ଫେବ୍ରୁଆରି ମାସରେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମାର୍ଚ୍ଚ ୧୬ରେ ସେ ସୁସ୍ଥ ହୋଇ  ଓ୍ବିଣ୍ଡସର୍ କାସଲ ଫେରିଥିଲେ ।

ସେ ୧୯୨୧ରେ ଗ୍ରୀକ ଦ୍ବୀପ କୋରଫୁରେ ଜନ୍ମ ଗ୍ରହଣ କରିଥିବା ପ୍ରିନ୍ସ ଫିଲିପ୍ ୧୯୪୭ରେ  କ୍ବିନ ଏଲିଜାବେଥଙ୍କୁ ବିବାହ କରିଥିଲେ । ଏହି ରାଜ ଦମ୍ପତ୍ତିଙ୍କର ୪ ଜଣ ସନ୍ତାନ ଅଛନ୍ତି ।

ପ୍ରିନ୍ସ ଫିଲିପଙ୍କ ପରଲୋକ ପରେ ବ୍ରିଟେନରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ସମ୍ମାନରେ ବ୍ରିଟିଶ ଜାତୀୟ ପତାକା ୟୁନିୟନ ଜ୍ୟାକକୁ ଅର୍ଦ୍ଧନିମିତ୍ତ କରାଯାଇଛି ।

 

ସମ୍ବନ୍ଧିତ ଖବର