ପ୍ରିନ୍ସ ଫିଲିପ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ

ଲଣ୍ଡନ : ଏଡିନବର୍ଗର ଡ୍ୟୁକ୍ ପ୍ରିନ୍ସ ଫିଲିପ୍‌ଙ୍କ ଶେଷକୃତ୍ୟ ଆଜି ୱିଣ୍ଡସର କ୍ୟାସେଲ ପରିସରସ୍ଥ ସେଣ୍ଟ୍‌ ଜର୍ଜ ଚାପେଲଠାରେ ସମ୍ପନ୍ନ ହୋଇଛି। ଗତ ୯ ତାରିଖରେ ୯୯ ବର୍ଷ ବୟସରେ ପ୍ରିନ୍ସ ଫିଲିପ୍‌ଙ୍କ ମୃତ୍ୟୁ ହୋଇଥିଲା। ରାଜ ପରିବାରର ସଦସ୍ୟମାନେ ‌ଶେଷକୃତ୍ୟରେ ଭାଗ ନେଇଥିଲେ। ରାଣୀ ଏଲିଜାବେଥ୍‌-୨ ଏକ କଳା ରଙ୍ଗର ପୋଷାକ ସହିତ ମୁହଁରେ ମାସ୍କ ପିନ୍ଧି ବେଣ୍ଟଲେ କାରରେ ଶୋଭାଯାତ୍ରାରେ ଭାଗ ନେଇଥିଲେ। ପ୍ରିନ୍ସ ଫିଲିପ୍‌ଙ୍କ କଫିନଙ୍କୁ ପ୍ରଥମ ବାଟାଲିୟନ ଗ୍ରିନେଡିୟରମାନେ ‌କାନ୍ଧରେ ବୋହି ନେଇଥିଲେ। ରାଜ ପରିବାରର ପ୍ରିନ୍ସ ୱିଲିୟମ, ପ୍ରିନ୍ସ ହ୍ୟାରି ଏବଂ ପିଟର ଫିଲିପ୍ସଙ୍କ ସମେତ ଅନ୍ୟମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ତେବେ କରୋନା ପରିପ୍ରେକ୍ଷୀରେ ୩୦ ଜଣରୁ କମ୍ ଲୋକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହୋଇଥିଲା। ଶେଷକୃତ୍ୟରେ ଭାଗ ନେଇଥିବା ବ୍ୟକ୍ତିମାନେ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର