ତିନି ଦିନିଆ ଡାକ୍ତରୀ ପାଠ୍ୟକ୍ରମ ଗ୍ରହଣ କରିବା ପରେ ସ୍ୱାସ୍ଥ୍ୟସେବା ସହାୟକ ଭାବରେ କାର୍ଯ୍ୟ ଆରମ୍ଭ କଲେ ସ୍ୱିଡେନର ରାଜକୁମାରୀ ସୋଫିଆ

ଷ୍ଟକହୋମ: ସ୍ୱିଡେନର ରାଜକୁମାରୀ ତଥା ପୂର୍ବତନ ମଡେଲ ସୋଫିଆ ଆଜି କରୋନାଭାଇରସ୍ ବିରୋଧରେ ଦେଶ ଲଢ଼ୁଥିବା ଲଢେଇରେ ସାହାଯ୍ୟ କରିବା ପାଇଁ ହସ୍ପିଟାଲରେ କାମ କରିବା ଆରମ୍ଭ କରିଛନ୍ତି। ୪୦ବର୍ଷୀୟ ପ୍ରିନ୍ସ କାର୍ଲ ଫିଲିପଙ୍କୁ ବିବାହ କରିଥିବା ରାଜକୁମାରୀ ସୋଫିଆ ଷ୍ଟକହୋମର ସୋଫିଆହେମେଟ ୟୁନିଭରସିଟି କଲେଜରେ ତିନି ଦିନିଆ ଡାକ୍ତରୀ ପାଠ୍ୟକ୍ରମ ଗ୍ରହଣ କରିଥିଲେ, ଯାହା ପରେ ସେ ରୋଗୀଙ୍କ ସେବା କରିବା ଆରମ୍ଭ କରିଥିବା ଜଣା ପଡିଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦେଶରେ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଉପରେ ରହୁଥିବା ଭାରୀ ଚାପ କମାଇବା ପାଇଁ ବିଶ୍ୱବିଦ୍ୟାଳୟ ସପ୍ତାହକୁ ୮୦ଜଣ ଲୋକଙ୍କୁ ତାଲିମ ଦେଉଛି। ରୟାଲ କୋର୍ଟର ସୂଚନା ଏବଂ ପ୍ରେସ ବିଭାଗର ନିର୍ଦ୍ଦେଶକ ମାର୍ଗେରେଥା ଥର୍ଗ୍ରେନ୍ କହିଛନ୍ତି ଯେ, ଦେଶର ପରିସ୍ଥିତି ଦେଖି ରାଜକୁମାରୀ ସ୍ୱାସ୍ଥ୍ୟସେବାରେ ସ୍ବେଚ୍ଛାକୃତ ଅବଦାନ ଦେବାକୁ ଚାହିଁଥିଲେ, ଯାହା ପରେ ତାଙ୍କୁ ତାଲିମ ଦିଆଯାଇଥିଲା। ଏବେ ସେ ୩ଦିନିଆ ତାଲିମ ଗ୍ରହଣ କରି ରୋଗୀଙ୍କ ସେବା କରିବା ଆରମ୍ଭ କରିଛନ୍ତି | ସ୍ୱିଡେନରେ ବର୍ତ୍ତମାନ ୧୧,୯୧୭ଜଣ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଥିବା ଦେଖା ଯାଉଛି | ପରିସ୍ଥିତିର ମୁକାବିଲା ପାଇଁ ଦେଶର ସରକାର ସାଧାରଣ ଲୋକଙ୍କୁ ତାଲିମ ଦେବା ଆରମ୍ଭ କରିଛନ୍ତି |

Princess Sofia of Sweden starts work as a healthcare assistant to ...
Daily Mail

ସୂଚନା ମୁତାବକ, କିଙ୍ଗ କାର୍ଲ ଗୁସ୍ତାଫଙ୍କ ପୁଅ କାର୍ଲ ଫିଲିପଙ୍କୁ ବିବାହ କରିବା ପରେ ପୂର୍ବତନ ମଡେଲ ୨୦୧୫ରେ ସ୍ୱିଡେନ ରାଜ ପରିବାରର ବୋହୁ ବନିଥିଲେ । ତାଙ୍କ ଭଉଣୀ କ୍ରାଉନ୍ ରାଜକୁମାରୀ ଭିକ୍ଟୋରିଆଙ୍କ ପରେ ସିଂହାସନରେ ଚତୁର୍ଥ ସ୍ଥାନରେ ରହିଛନ୍ତି ପ୍ରିନ୍ସ କାର୍ଲ-ଫିଲିପ।

ସମ୍ବନ୍ଧିତ ଖବର