ପ୍ରିନ୍ସିପାଲ୍‌ଙ୍କୁ ସ୍କୁଲରେ ହତ୍ୟା

ବେଙ୍ଗାଲୁରୁ, : ଦକ୍ଷିଣ ପଶ୍ଚିମ ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଘଟିଛି। ଜମି ବିବାଦରୁ ଜଣେ ପ୍ରିନ୍ସିପାଲ୍‌ଙ୍କୁ ସ୍କୁଲ୍‌ ପରିସରରେ ହତ୍ୟା କରାଯାଇଛି। ସୂଚନାନୁଯାୟୀ ହାଭାନୁର ପବ୍ଲିକ୍‌ ସ୍କୁଲ୍‌ ପ୍ରିନ୍ସିପାଲ୍‌ ୬୦ ବର୍ଷୀୟ ରଙ୍ଗନାଥ ଗତ ରବିବାର ଦିନ ଦଶମ ଶ୍ରେଣୀ ପିଲାଙ୍କର ଅତିରିକ୍ତ କ୍ଲାସ୍‌ ନେଉଥ‌ିଲେ। ପ୍ରିନ୍ସିପାଲ୍‌ ଏକ ସମ୍ପତ୍ତି ବିବାଦର ଆଲୋଚନା ପାଇଁ ପିଲାମାନଙ୍କୁ କ୍ଲାସ୍‌ରୁମ୍‌ରେ ଛାଡ଼ି ଅଫିସ ରୁମ୍‌କୁ ଯାଇଥିବା ବେଳେ ଏହି ସମୟରେ ୬ ଜଣ ଲୋକ ପ୍ରିନ୍ସିପାଲ୍‌ଙ୍କ ରୁମ୍‌କୁ ପଶି ତାଙ୍କୁ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର