ହସ୍ପିଟାଲରେ କଲଗାର୍ଲଙ୍କ ସହ କଏଦୀଙ୍କ ମସ୍ତି, ଗିରଫ ହେଲେ କନେଷ୍ଟବଳ ଓ ମେଡିକାଲ କର୍ମଚାରୀ

ହାଜିପୁର: ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସତ | କିନ୍ତୁ ସେଠାକୁ କଲଗାର୍ଲଙ୍କୁ ଡାକି କରୁଥିଲେ ମସ୍ତି | ଆଉ ଏନେଇ ଜଣାପଡିବା ପରେ ଏବେ ହସ୍ପିଟାଲରେ ଚାଲିଥିବା ଏସବୁ କାରନାମା ବାବଦରେ ଏସପି ଖୁଲାସା କରିଛନ୍ତି | ବିହାର ବୈଶାଳୀ ଏସପି ମନୀଷ ଆଜି ସାମ୍ବାଦିକ ସମ୍ମିଳନୀ କରି ଏକ ବଡ଼ ଖୁଲାସା କରିଛନ୍ତି। ଏସପି ମନୀଷ କହିଛନ୍ତି ଯେ କଏଦୀଙ୍କ ନାମ ଅମିତ ହୋଇଥିବାବେଳେ ତାଙ୍କୁ ସଦର ହସ୍ପିଟାଲର ଭର୍ତ୍ତି କରାଯାଇଥିଲା | ତେବେ ତାଙ୍କୁ ଜଣେ କଲଗାର୍ଲଙ୍କ ସହ ଅସଂଜତ ଅବସ୍ଥାରେ ଦେଖିବାକୁ ମିଳିଥିଲା |

ଏହି ଘଟଣାକୁ ନେଇ ତଦନ୍ତ କରିବାରୁ ଜଣାପଡିଥିଲା ଯେ କଏଦୀଙ୍କ ସୁରକ୍ଷାରେ ନିୟୋଜିତ ପୁଲିସ କର୍ମୀ ଓ ମେଡିକାଲ କର୍ମଚାରୀଙ୍କ ଯୋଗୁଁ ଏହି ଘଟଣା ଘଟିଛି | ଏସପି ମନୀଷ କହିଛନ୍ତି ଯେ କଏଦୀ ଅମିତ, କୋଲକାତା ଏବଂ ହାଜିପୁରରେ ବଡ ବଡ ଡକାୟତି କରିଛି । ଆଉ ଏଥିପାଇଁ ତାକୁ ଗିରଫ କରାଯାଇ ହାଜିପୁର ଜେଲରେ ରଖାଯାଇଥିଲା। ଅସୁସ୍ଥ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା | ତେବେ ହସ୍ପିଟାଲରେ ଅମିତ, ମେଡିକାଲ କିଛି ଅସାଧୁ ମେଡିକାଲ କର୍ମଚାରୀ ଓ ପୁଲିସ କର୍ମଚାରୀଙ୍କୁ ହାତ କରି କଲଗାର୍ଲଙ୍କୁ ଡ଼କାଇଥିଲା |

ତେବେ ଏକ ଲୁଟ୍ ହୋଇଥିବା ମୋବାଇଲ୍ ବାବଦରେ ଅମିତକୁ ପଚରାଉଚୁରା ପାଇଁ ଯେତେବେଳେ ବରିଷ୍ଠ ପୁଲିସ ଅଧିକାରୀମାନେ ମେଡିକାଲରେ ପହଞ୍ଚିଥିଲେ ସେତେବେଳେ ଅମିତକୁ ଅସଂଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ | ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ଏଭଳି ଦୃଶ୍ୟ ଦେଖି ପୁଲିସ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ଯେତେବେଳେ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀଙ୍କୁ ପ୍ରଶ୍ନ କରାଯାଇଥିଲା ସେମାନେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ | ଏହି ଘଟଣାକୁ ନେଇ ଘଟଣାସ୍ଥଳରୁ ୪ ଜଣ ପୁଲିସ କର୍ମଚାରୀ ଏବଂ ଡାକ୍ତରଖାନାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଗିରଫ କରାଯାଇଛି |

ସମ୍ବନ୍ଧିତ ଖବର