ନୂଆଦିଲ୍ଲୀ: ବିହାରର ପୂର୍ଣ୍ଣିୟାସ୍ଥିତ ସେଣ୍ଟ୍ରାଲ ଜେଲରେ ବନ୍ଦୀଥିବା ଜଣେ କଏଦୀ ଜୀବନ ହାରି ଦେଇଥିବା ଘଟଣା ସାମ୍ନାକୁୂ ଆସିଛି। ଜୀବନ ହାରିଥିବା କଏଦୀଙ୍କ ନାମ ଅମିତ କୁମାର ବୋଲି ଜଣାପଡ଼ିଛି। ଯିଏକି ଏକ ଦୁଷ୍କର୍ମ ମାମଲାରେ ଜେଲରେ ବନ୍ଦୀ ଥିଲା।
ଏହି ଘଟଣାକୁ ନେଇ ଜେଲ ପରିଚାଳକ କହିଛନ୍ତି, ‘ଗତବୁଧବାର କଏଦୀ ଅମିତ କୁମାରର ମାମଲାର ଶୁଣାଣି ଥିଲା। ସନ୍ଧ୍ୟାରେ ଯେତେବେଳେ କୋର୍ଟକୁ ନେବା ପାଇଁ କଏଦୀଙ୍କୁ ଗଣା ଚାଲିଥିଲା ସେଥିରୁ ଜଣେ ନଥିବାର ଜଣାପଡ଼ିଥିଲା। ଏହି ସମୟରେ ଜେଲର ସୁରକ୍ଷାକର୍ମୀ ଜଣେ କଏଦୀକୁ ଜେଲ ପରିସରରେ ଦୌଡ଼ୁଥିବା ଦେଖିବାକୁ ପାଇଥିଲେ ବୋଲି ଆସି କହିଥିଲେ। ଏହାପରେ ସଙ୍ଗେସଙ୍ଗେ ଉକ୍ତ କଏଦୀକୁ ଧରିବାକୁ ଜେଲ କର୍ମଚାରୀ ଦୌଡ଼ି ଯାଇଥିଲେ ହେଁ ଅମିତ କୁମାର ପିନ୍ଧିଥିବା ପୋଷାକ ସାହାଯ୍ୟ ଫାଶୀ ଦେଇ ଜୀବନ ହାରି ଦେଇଥିଲା। ଏହାପରେ ଉକ୍ତ କଏଦୀର ପରିବାରଲୋକଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା।
ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜେଲ ପରିସରରେ କଏଦୀ କାହିଁକି ଜୀବନ ହାରିଲା ସେନେଇ ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ତେବେ ମୃତ କଏଦୀଙ୍କ ପରିବାରଲୋକଙ୍କ କହିବାନୁସାରେ, ‘ ପୁଅ ଜେଲର ୱାର୍ଡ ନମ୍ବର ୪ରେ ରହୁଥିଲା। ଏଠାରେ ଥିବା ୱାର୍ଡ ଇନଚାର୍ଜ ହଇରାଣ କରୁଥିବା ଅନେକ ସମୟରେ ପୁଅ ଆମକୁ ଜଣାଇଥିଲା। ଏମିତି କି ସେହି ୱାର୍ଡ ଇନଚାର୍ଜ ତାକୁ ଟଙ୍କା ମାଗୁଥିବା ବି ପୁଅ କହୁଥିଲା। ଚାରିଥର ପୁଅ କହିଥିବା ଆକାଉଣ୍ଟରେ ଆମେ ୬୦୦ଟଙ୍କା ଲେଖାଏଁ ବି ପଠାଇଛୁ।ପୁଅକୁ ତ ଆମେ ଆଉ ଫେରି ପାଇବୁ ନାହିଁ। କିନ୍ତୁ ଆମକୁ ନ୍ୟାୟ ଦରକାର। କାହିଁକି ପୁଅ ଜୀବନ ହାରିଲା ତାହା ଆମେ ଜାଣିବା ଦରକାର ’