ଜେଲରଙ୍କୁ ପ୍ରେମ ଜାଲରେ ଫସାଇ ଚମ୍ପଟ ମାରିଲା କଏଦୀ, ନିଜକୁ ଗୁଳି ମାରିଦେଲେ ଜେଲର

ନ୍ୟୁୟର୍କ: ଆପଣ ଅନେକ ସମୟରେ ଜେଲରେ ବନ୍ଦୀ ଥିବା କଏଦୀମାନଙ୍କ କାରନାମା ବାବଦରେ ଶୁଣିଥିବେ | କଏଦୀମାନେ ବେଳେବେଳେ ଜେଲରେ ସୁଡ଼ଙ୍ଗ ଖୋଲିବା ହେଉ କିମ୍ବା ଚୋରା ନିଶା ସେବନ କରୁଥିବା ବାବଦରେ ଅନେକ ଖବର ଦେଖିଥିବେ | କିନ୍ତୁ କେବେ ଶୁଣିଛନ୍ତି କି ମହିଳା ଜେଲରଙ୍କୁ ପ୍ରେମ ଜାଲରେ ଫସାଇ କଏଦୀ ଚମ୍ପଟ ମାରିଛନ୍ତି | ଆମେରିକାର ଆଲାବାମା ଜେଲରୁ ଏଭଳି ଜଣେ କଏଦୀଙ୍କ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ କଏଦୀ ମହିଳା ଜେଲରଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଚମ୍ପଟ ମାରିଛନ୍ତି | ଆଉ କଏଦୀ ଚମ୍ପଟ ମାରିବା ପରେ ଜେଲର ଜଣକ ନିଜକୁ ଗୁଳି ମାରିଛନ୍ତି | ବାସ୍ତବରେ, ଏହି ଘଟଣା ଆମେରିକାର ଏକ ଜେଲରୁ ଆସିଛି |

ଡେଲି ମେଲରେ ପ୍ରକାଶିତ ଖବର ଅନୁଯାୟୀ ଏହି କଏଦୀ ମହିଳା ଜେଲରଙ୍କୁ ତାଙ୍କ ପ୍ରେମ ଜାଲରେ ପକାଇଥିଲା। ଏହା ପରେ ଦିନେ ଜେଲର କହିଥିଲେ ଯେ କଏଦୀଙ୍କ ମାନସିକ ଅବସ୍ଥା ଠିକ ନାହିଁ, ତେଣୁ ତାଙ୍କୁ ଡାକ୍ତରଖାନା ନେବା ଆବଶ୍ୟକ। ତା’ପରେ ସେ ତାଙ୍କୁ ନେଇ ଡାକ୍ତରଖାନା ଯାଇଥିଲେ | ହେଲେ ସେଠାରୁ ସେ ଚମ୍ପଟ ମାରିଥିଲେ | ତେବେ ପୁଲିସ ଯେତେବେଳେ ଉଭୟଙ୍କୁ ଏକାଠି ଦେଖିଥିଲା, ପୁଲିସର ସନ୍ଦେହ ହୋଇଥିଲା | ​​ଆଉ କଏଦୀ ଜଣକ ଚମ୍ପଟ ମାରିବା ପରେ ଜେଲର ଜଣକ ନିଜକୁ ଗୁଳି କରିଥିଲେ |

ତେବେ ବହୁ କସରତ ପରେ କଏଦୀଙ୍କୁ ଧରିବାରେ ପୁଲିସ ସଫଳ ହୋଇଥିଲା। ପୁଲିସ କହିଛି ଯେ ପ୍ରାୟ ଦଶ ଦିନ ଧରି ସର୍ଚ୍ଚ ଅପରେସନ କରିବା ପରେ ଜେଲରୁ ପଳାଇ ଆସିଥିବା କଏଦୀକୁ ଧରିବାରେ ସଫଳ ହୋଇଥିଲେ | ବର୍ତ୍ତମାନ ଏହି ମାମଲାରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର