ନୂଆଦିଲ୍ଲୀ: ଗୟା ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା କଏଦୀ ମୋବାଇଲ ଫୋନରେ କଥା ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ଜଣେ କଏଦୀ ଆରାମରେ ବସି ହସମଜାକରେ କଥା ହେଉଥିବା ବେଳେ ଅନ୍ୟ ଜଣେ କଏଦୀ ତାଙ୍କର ଭିଡିଓ ପ୍ରସ୍ତୁତ କରୁଛନ୍ତି। ଭିଡିଓରେ କଥା ହେଉଥିବା କଏଦୀଙ୍କ ପରିଚୟ ଅମରଜିତ ଟାଇଗର ବୋଲି ଜଣାପଡ଼ିଛି। ଯିଏକି ଗୟା ସେଣ୍ଟ୍ରାଲ ଜେଲରେ ବନ୍ଦୀ ଅଛନ୍ତି।
ଏହି ଭିଡିଓ ଭାଇରାଲ ହେବାପରେ ଜେଲ ପ୍ରଶାସନ ଓ ପୁଲିସ ବିଭାଗ ଉପରେ ଚଡ଼କ ପଡ଼ିଯାଇଛି। କାରଣ ଗୟା ସେଣ୍ଟ୍ରାଲ ଜେଲରେ ଅନେକ କୁଖ୍ୟାତ ଅପରାଧୀ ଓ ନକ୍ସଲ ବନ୍ଦୀ ଥାଆନ୍ତି। ତେଣୁ ଏଠାରେ ସୁରକ୍ଷା ବ୍ୟବସ୍ଥା ବହୁ କଡ଼ାକଡ଼ି ରହିଛି।
ଏହି ଘଟଣା ସାମ୍ନାକୁ ଆସିବା ପରେ ଏସଏସପି ଆଶିଷ ଭାରତୀ କହିଛନ୍ତି, ‘ଭାଇରାଲ ଭିଡିଓକୁ ନେଇ ଯାଞ୍ଚ କରାଯାଉଛି। ଭିଡିଓ ପଛର ବାସ୍ତବ କାରଣ କ’ଣ ରହିଛି ସେଦିଗରେ ବି ତଦନ୍ତ କରାଯାଉଛି।
ତେବେ ଜେଲ ଭିତରୁ କଏଦୀମାନେ ଫୋନରେ କଥା ହେବା କିଛି ନୂଆ ଘଟଣା ନୁହେଁ। ଏହା ପୂର୍ବରୁ ଏମିତି ଘଟଣା ଅନେକ ଥର ସାମ୍ନାକୁ ଆସି ସାରିଛି। ଏହି ଘଟଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମୟସମୟରେ ଜେଲ ଉପରେ ଚଢ଼ାଉ କରି ଯାଞ୍ଚ ବି କରି ଥାଆନ୍ତି। କିନ୍ତୁ ଏହି ଯାଞ୍ଚ ସମୟରେ କୌଣସି ବି କଏଦୀଙ୍କ ଠାରେ ମୋବାଇଲ ଫୋନ ମିଳି ନଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/21/ePCNPyrAlbr2Xzvt4Lzp.jpg)