ହିମାଚଳ ପ୍ରଦେଶ : ଘାଇକୁ ବସ୍‌ ଖସି ୬ଜଣଙ୍କ ମୃତ୍ୟୁ, ୧୨ଯାତ୍ରୀ ଗୁରୁତର

ହିମାଚଳ ପ୍ରଦେଶ: ଶିମଲା ଠାରୁ ୭୦ କିଲୋମିଟର ଦୂର ରାଜଗ ନିକଟରେ ଥିବା ନଈନେତୀ ଅଞ୍ଚଳର ଘାଇକୁ ଏକ ଯାତ୍ରୀବାହୀ ବସ୍‌ (୬୪-୯୦୯୭)ଖସି ପଡିଛି । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣରୁ ଅଧିକ ଯାତ୍ରୀ ଗୁରୁତରଭାବେ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନଙ୍କ ଚିକିତ୍ସା ଜାରି ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ସୂଚନାମୁତାବକ, ଦୁର୍ଘଟଣା ଘଟିବା ସଙ୍ଗେସଙ୍ଗେ ସ୍ଥାନୀୟ ଲୋକ ନିକଟସ୍ଥ ପୁଲିସକୁ ସୂଚନା ଦେଇଥିଲେ ଏବଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିିଛି ।

ପୁଲିସ ସୂତ୍ରରୁ ପ୍ରକାଶ, ୨୫ରୁ ୩୦ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ମାନବ ରୁ ରାଜଗ ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ ଚାଳକର ଅସାବଧାନତା ନାଁ ଅନ୍ୟ କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟିଛି ତାହାର ତଦନ୍ତ କରୁଛି ପୁଲିସ୍‌।

 

ସମ୍ବନ୍ଧିତ ଖବର