ରାୟ ସଂଶୋଧନ କଲେ ସୁପ୍ରିମକୋର୍ଟ: ସମସ୍ତେ ନୁହନ୍ତି କେବଳ ଆୟୁଷ୍ମାନ ଭାରତ ଯୋଜନା କାର୍ଡଧାରୀମାନେ ଘରୋଇ ଲ୍ୟାବରେ ମାଗଣାରେ କୋଭିଡ -୧୯ ପରୀକ୍ଷା କରାଇପାରିବେ

ନୂଆଦିଲ୍ଲୀ: ଗତ ସପ୍ତାହରେ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ନମୁନା ପରୀକ୍ଷା ନେଇ ସୁପ୍ରିମ କୋର୍ଟ ଶୁଣାଇଥିବା ରାୟରେ କିଛିଟା ସଂଶୋଧନ କରିଛନ୍ତି | ଗତ ସପ୍ତାହରେ ସମସ୍ତ ନାଗରିକ ଘରୋଇ ଲାବୋରେଟୋରିଗୁଡ଼ିକରେ ମାଗଣାରେ କୋଭିଡ -୧୯ ପରୀକ୍ଷା କରିପାରିବେ ବୋଲି ସୁପ୍ରିମ କୋର୍ଟ ରାୟ ଶୁଣାଇଥିବା ବେଳେ ସୋମବାର ଦିନ ଜଷ୍ଟିସ ଅଶୋକ ଭୂଷଣ ଏବଂ ଏସ ରବିନ୍ଦ୍ର ଭଟଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ରାୟକୁ ସଂଶୋଧନ କରିଛନ୍ତି | ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ, କେବଳ ପରୀକ୍ଷା ପାଇଁ ୪୫୦୦ଟଙ୍କା ଦେଇପାରୁ ନ ଥିବା ଲୋକେ ବା ଅତି ଗରିବ ଲୋକ ଘରୋଇ ଲାବୋରେଟୋରୀରେ ମାଗଣାରେ ପରୀକ୍ଷା କରାଇପାରିବେ।

ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଯୋଗ୍ୟ ବ୍ୟକ୍ତିଙ୍କୁ କୋଭିଡ -୧୯ ପରୀକ୍ଷା ପାଇଁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ। ଏହା ସହ ବିଚାରପତିମାନେ ମଧ୍ୟ କେନ୍ଦ୍ରକୁ ଅର୍ଥନୈତିକ ସ୍ଥରରେ ଦୁର୍ବଳ ଥିବା ଅନ୍ୟ ବର୍ଗଙ୍କ ବିଷୟରେ ଅବଗତ କରାଇବାକୁ କହିଛନ୍ତି, ଯେଉଁମାନେ ଟଙ୍କା ଦେଇ ପରୀକ୍ଷା କରାଇବାକୁ ଅସମର୍ଥ। ଅନ୍ୟ ପକ୍ଷରେ, ବେସରକାରୀ ଲାବୋରେଟୋରିଗୁଡିକୁ ମାଗଣା ପରୀକ୍ଷଣର ଆର୍ଥିକ ଭାର ବହନ କରିବାକୁ ପଡିବ ନାହିଁ | ମାଗଣା ପରୀକ୍ଷଣରେ ବେସରକାରୀ ଲ୍ୟାବ ଦ୍ୱାରା ହୋଇଥିବା ଖର୍ଚ୍ଚର ପରିଶୋଧ କରିବାକୁ ସରକାରଙ୍କୁ ନିର୍ଦ୍ଦେଶାବଳୀ ସହିତ ଆସିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ ।

covid 19 test kits | COVID-19 impact: Test-kit makers rue 'total ...
The Economic Times

ସୂଚନା ମୁତାବକ, ଏପ୍ରିଲ୍ ୮ରେ, ଓକିଲ ଶଶାଙ୍କ ଦେଓ ସୁଧୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ବିଚାରପତିମାନେ ମାଗଣାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଡାକ୍ତରଖାନାଗୁଡ଼ିକରେ ଭିଡ ଲାଗି ରହୁଥିବାରୁ ଲୋକମାନେ ବେସରକାରୀ ଲାବୋରେଟୋରିକୁ ଯିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ସେଠାରେ ପରୀକ୍ଷା ବାବତ ୪,୫୦୦ଟଙ୍କା ନିଆଯାଉଥିବାରୁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଆବେଦନରେ ଲେଖିବା ସହ ବେସରକାରୀ ଲାବୋରେଟୋରୀରେ ମାଗଣାରେ ପରୀକ୍ଷା କରାଯାଉ ବୋଲି ଦାବି କରା ଯାଇଥିଲା | ଆବେଦନ ପଢିବା ପରେ ଓକିଲ ଶଶାଙ୍କ ଦେଓ ସୁଧୀଙ୍କ ସହ ସହମତ ହୋଇ ବିଚାରପତିମାନେ ବେସରକାରୀ ଲାବୋରେଟୋରୀରେ ସମସ୍ତେ ମାଗଣାରେ ପରୀକ୍ଷା କରାଇ ପାରିବେ ବୋଲି ରାୟ ଶୁଣାଇଥିଲେ |

କିନ୍ତୁ ପରେ ଦିଲ୍ଲୀର ଜଣେ ଡାକ୍ତର ଏହି ରାୟକୁ ବିରୋଧ କରି କହିଥିଲେ ଯେ, ବେସରକାରୀ ଲାବୋରେଟୋରିରେ ସମସ୍ତେ ମାଗଣାରେ ପରୀକ୍ଷା କଲେ ଏହା ଘରୋଇ ଲାବୋରେଟୋରୀକୁ ନିରୁତ୍ସାହିତ କରିବ ଏବଂ ଦେଶର ପରୀକ୍ଷା କରିବାର କ୍ଷମତା ହ୍ରାସ କରିବ। ଉଭୟ ସରକାରୀ ଏବଂ ବେସରକାରୀ ଲ୍ୟାବଗୁଡ଼ିକର ବର୍ତ୍ତମାନର କ୍ଷମତା ସଠିକ୍ ତଥ୍ୟ ହାସଲ କରିବା ଏବଂ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ ନୁହେଁ ବୋଲି କହିଥିଲେ। ଯାହା ପରେ ଆଜି ନିଜ ରାୟକୁ ସଂଶୋଧନ କରି ନୂଆ ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟ ।

ସମ୍ବନ୍ଧିତ ଖବର