ମେ’ରେ ଘରୋଇ ଡାକ୍ତରଖାନା କିଣିଛନ୍ତି ୮୦ ଲକ୍ଷ କୋଭିଡ୍‌ ଟିକା

ରାଜ୍ୟମାନେ ୧.୨୩ କୋଟି ମାତ୍ରା

ନୂଆଦିଲ୍ଲୀ : ଚଳିତ ମାସ ପାଇଁ ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ଘରୋଇ ଡାକ୍ତରଖାନା ସିଧାସଳଖ ଟିକା ନିର୍ମାତାଙ୍କ ଠାରୁ ୮୦ ଲକ୍ଷ କୋଭିଡ୍‌ ଟିକାର ମାତ୍ରା କ୍ରୟ କରିଥିବା ଜଣାଯାଇଛି। ସେହିପରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ କମ୍ପାନିଙ୍କ ଠାରୁ ୧.୨୩ କୋଟି ମାତ୍ରା କିଣିସାରିଛନ୍ତି। ଏଥି ସହିତ ଆଉ ୧.୨୭ କୋଟି ମାତ୍ରା କମ୍ପାନିମାନଙ୍କ ଠାରୁ ସଂଗୃହୀତ ହେବା ଅପେକ୍ଷାରେ ରହିଛି ଏବଂ ଖୁବ୍‌ ଶୀଘ୍ର ତାହା ମିଳିଯିବ ବୋଲି କେନ୍ଦ୍ର ସରକାରଙ୍କ ସୂଚନାରୁ ସ୍ପଷ୍ଟ ହୋଇଛି।

ଗତ ପହିଲାରୁ ଲାଗୁ ହୋଇଥିବା ସରକାରଙ୍କ ନୂତନ ଟିକା ନୀତି ଅନୁସାରେ ଦେଶର ଟିକା ନିର୍ମାତାମାନେ ଯେତିକି ପରିମାଣର ଟିକା ପ୍ରସ୍ତୁତ କରିବେ, ସେମାନଙ୍କ ଠାରୁ ତାହାର ୫୦ ପ୍ରତିଶତ ମାତ୍ରା ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନାମାନେ ସିଧାସଳଖ ଆହରଣ କରିପାରିବେ। ଗତ ଦୁଇ ସପ୍ତାହ ହେଲା ଦେଶରେ ଚାହିଦା ମୁତାବକ କୋଭିଡ୍‌ ଟିକାର ଅଭାବ ଯୋଗୁଁ ବିଶେଷ କରି ପୂର୍ବରୁ ଟିକାକରଣ ଜାରି ରଖିଥିବା ବେସରକାରୀ ଡାକ୍ତରଖାନା ଓ ଗତ ପହିଲାରୁ ଆରମ୍ଭ ହୋଇଥିବା ୧୮ରୁ ୪୪ ବର୍ଷ ବର୍ଗର ହିତାଧିକାରୀଙ୍କ ଟିକାକରଣ ଭୀଷଣ ଭାବେ ପ୍ରଭାବିତ ହୋଇଛି। ତେଣୁ ସରକାର ନୂତନ ହିତାଧିକାରୀଙ୍କୁ ଟିକାର ପ୍ରଥମ ମାତ୍ରା ଦେବା ଅପେକ୍ଷା ଦ୍ବିତୀୟ ମାତ୍ରା ପାଇଁ ଅପେକ୍ଷା କରିଥିବା ହିତାଧିକାରୀଙ୍କର ଟିକାକରଣ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର