ଘରୋଇ ହସପିଟାଲଗୁଡିକ ଔଷଧ ଓ ରୋଗପରୀକ୍ଷା ବାବଦରେ ରୋଗୀଙ୍କୁ ଲୁଟୁଛନ୍ତି : ଏନପିପିଏ

ନୂଆଦିଲ୍ଲୀ: ଭାରତରେ ଘରୋଇ ହସପିଟାଲ ଗୁଡ଼ିକ କେବଳ ଔଷଧ, ବିଭିନ୍ନ ଚିକିତ୍ସା ସାମଗ୍ରୀ ଓ ରୋଗ ପରୀକ୍ଷା ବାବଦରେ ଅତ୍ୟଧିକ ଲାଭ କରୁଛନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡିଛି । ନ୍ୟାସନାଲ ଫାର୍ମାସୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ପକ୍ଷରୁ ମୁମ୍ବଇ, ଦିଲ୍ଲୀର ଘରୋଇ ହସପିଟାଲ୍‌ଗୁଡିକରେ କରାଯାଇଥିବା ଏକ ତଦନ୍ତରୁ ଜଣାପଡିଛି ଯେ ଘରୋଇ ହସପିଟାଲ ଗୁଡିକ ରୋଗପରୀକ୍ଷା, ଔଷଧ ଓ ଡାକ୍ତରୀ ଉପକରଣ ବିକ୍ରି ବାବଦରେ ପ୍ରାୟ ୧୭୩୭ ପ୍ରତିଶତ ଲାଭ କମାଉଛନ୍ତି ।

ଏନପିପିଏ ପକ୍ଷରୁ କରାଯାଇଥିବା ବିଶ୍ଳେଷଣରୁ ଜଣାପଡିଛି ଯେ ହସପିଟାଲ ଗୁଡିକ ଏବାବଦରେ ବଜାର ଦରଠାରୁ ଅନେକ ଗୁଣ ଅଧିକ ମୂଲ୍ୟରେ ରୋଗୀମାନଙ୍କଠାରୁ ଦେୟ ଆଦାୟ କରିଥାନ୍ତି । ଏହା ରୋଗୀଙ୍କ ମୋଟ ବିଲ୍‌ର ପ୍ରାୟ ଅଧା ହୋଇଥାଏ । ରୋଗୀଙ୍କ ପାଖରେ ଏସବୁ ରୋଗପରୀକ୍ଷା ବା ଓଷଧ ଚଢା ଦରରେ କିଣିବା ଛଡା ଅନ୍ୟ କୌଣସି ଉପାୟ ନଥାଏ । କାରଣ ହସପିଟାଲ ଭିତରେ ଥିବା ଲାବ୍‌ ବା ଫାର୍ମାସିରୁ କିଣିବା ପାଇଁ ରୋଗୀମାନଙ୍କୁ ହସପିଟାଲ ପକ୍ଷରୁ କୁହାଯାଇଥାଏ । ଅନ୍ୟପକ୍ଷରେ ହସପିଟାଲ ଗୁଡିକ ଔଷଧ କମ୍ପାନି ମାନଙ୍କୁ ଧରି ପ୍ରକୃତ ଏମଆରପିଠାରୁ ଯଥେଷ୍ଟ ଅଧିକ ମୂଲ୍ୟରେ ଦର ଲେଖାଇନିଅନ୍ତି । ଏହା ଦ୍ୱାରା ରୋଗୀଙ୍କୁ ଠକିବା ସହଜ ହୋଇଥାଏ । କହିବା ବାହୁଲ୍ୟ ଏହି ଲାଭର ଅଧିକାଂଶଭାଗ ହସପିଟାଲ ପାଖକୁ ଯାଏ ।

ସମ୍ବନ୍ଧିତ ଖବର