ନୂଆଦିଲ୍ଲୀ: ଗତଗୁରୁବାର ଦିନ ଆଲ୍ଲାହାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କହିଛନ୍ତି, ‘ଦିନକୁ ଦିନ ଘରୋଇ ହସ୍ପିଟାଲଗୁଡ଼ିକ ରୋଗୀଙ୍କୁ ଏଟିଏମ୍ ପରି ବ୍ୟବହାର କରିବାକୁ ଲାଗିଲେଣି।।

Advertisment

ହାଇକୋର୍ଟ  କହିଛନ୍ତି, ‘ଘରୋଇ ହସ୍ପିଟାଲଗୁଡ଼ିକ ପାଖରେ ସମ୍ପୃକ୍ତ ରୋଗର ଚିକିତ୍ସା ପାଇଁ ଡାକ୍ତର ଥାଆନ୍ତୁ ବା ନଥାଆନ୍ତୁ ରୋଗୀଙ୍କୁ ଭର୍ତ୍ତି କରି ଦେଉଛନ୍ତି। ରୋଗୀଙ୍କ ଚିକିତ୍ସା ପାଇଁ ପରୀକ୍ଷା ଆବଶ୍ୟକ ଥାଉ ବା ନଥାଉ ବାଧ୍ୟତାମୂଳକ ଭାବେ କରାଯାଇ ଟଙ୍କା ଆଦାୟ କରାଯାଉଛି। କିଛିଦିନ ରୋଗୀଙ୍କୁ ଭର୍ତ୍ତି କରିବା ପରେ ମୋଟାଅଙ୍କର ବିଲ ଧରାଇ ଦିଆଯାଉଛି।

ଦିନକୁ ଦିନ ଘରୋଇ ହସ୍ପିଟାଲଗୁଡ଼ିକ ରୋଗୀଙ୍କୁ ଏଟିଏମ୍ ପରି ବ୍ୟବହାର କରିବା ଆରମ୍ଭ କରି ଦେଲେଣି। ଏଭଳି ପରିସ୍ଥିତିକୁ ଦେଖି  ପର୍ଯ୍ୟାପ୍ତ ସୁବିଧା ବିନା ଡାକ୍ତରଖାନା ଖୋଲିବା ଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ହୋଇପଡ଼ିଛି। 

ଆଲ୍ଲାହାବାଦ ହାଇକୋର୍ଟରେ ମାମଲା ରୁଜୁ ହୋଇଥିବା ଡାକ୍ତର କୋର୍ଟଙ୍କୁ କହିଥିଲେ, ‘ମହିଳାଙ୍କ ପରିବାର ସଙ୍ଗେସଙ୍ଗେ ଅପରେସନ ପାଇଁ ପ୍ରସ୍ତୁତ ନଥିଲେ। ତେଣୁ ଅପରେସନରେ ବିଳମ୍ବ ହୋଇଥିଲା।’

ଖଣ୍ଡପୀଠ ଡାକ୍ତରଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଅବହେଳା ଏବଂ ଅବୈଧ ରୋଜଗାରର ମାମଲା। ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସଙ୍ଗେସଙ୍ଗେ ପରିବାର ଅସ୍ତ୍ରୋପଚାର କରିବାକୁ ଅନୁମତି ଦେଇଥିଲେ, କିନ୍ତୁ ଅସ୍ତ୍ରୋପଚାର ପାଇଁ ଡାକ୍ତର ଉପଲବ୍ଧ ନଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା।

ଜଣେ ଡାକ୍ତରଙ୍କୁ କେବଳ ସେତେବେଳେ ସୁରକ୍ଷା ଦେବା ଆବଶ୍ୟକ ଯେତେବେଳେ ସେ ସମ୍ପୂର୍ଣ୍ଣ ହୃଦୟର ସହିତ କାମ କରୁଛନ୍ତି। ତଥାପି, ଯଦି କୌଣସି ଭୁଲ ହୁଏ, ତେବେ ଏହାକୁ ମାନବିକ କାରଣ ଭାବରେ ବିଚାର କରି ଅଣଦେଖା କରାଯାଇପାରିବ। କିନ୍ତୁ ଅବହେଳାର ଏପରି ମାମଲାରେ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ।’