ନୂଆଦିଲ୍ଲୀ: କୋଭିଡ -୧୯ ଲକଡାଉନ୍ ସମୟରେ ଦିଲ୍ଲୀରେ ଫସି ରହିଥିବା ୬ଟି ଗୃହପାଳିତ ପଶୁଙ୍କୁ ଜୁନ୍ ମଧ୍ୟଭାଗରେ ମୁମ୍ବାଇରେ ଥିବା ସେମାନଙ୍କ ମାଲିକଙ୍କ ନିକଟକୁ ଫେରାଇ ନେବା ପାଇଁ ଏକ ସ୍ୱତନ୍ତ୍ର ପ୍ରାଇଭେଟ ଜେଟ୍ ବୁକ କରାଯାଇଛି। ଖବରଟି ଟିକେ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ | ଲକଡାଉନ୍ ପାଇଁ ଫସି ରହିଥିବା ମଣିଷମାନଙ୍କ ସହ ଏବେ ଗୃହପାଳିତ ପଶୁମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରାଇଭେଟ ଜେଟ୍ ର ବ୍ୟବସ୍ଥା କରାଯାଇଛି | ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ୬ଟି ଗୃହପାଳିତ ପଶୁଙ୍କୁ ସେମାନଙ୍କ ମାଲିକଙ୍କ ପାଖରେ ପହଂଚାଇବା ପାଇଁ ଅଣାଯାଇଥିବା ପ୍ରାଇଭେଟ ଜେଟର ଭଡା ରହିଛି ୯.୦୬ ଲକ୍ଷ ଟଙ୍କା |
ଏହି ପଦକ୍ଷେପ ମୁମ୍ବାଇର ସାଇବର ସୁରକ୍ଷା ଅନୁସନ୍ଧାନକାରୀ ୨୫ବର୍ଷିୟା ଦୀପିକା ସିଂ ନେଇଥିବା ଜଣା ପଡିଛି । ତାଙ୍କ କହିବା ମୁତାବକ, ତାଙ୍କ ସମ୍ପର୍କୀୟମାନେ ଦିଲ୍ଲୀରେ ଫସି ରହିଥିଲେ ଏବଂ ସେ ସେମାନଙ୍କୁ ଫେରାଇ ନେବା ପାଇଁ ଏକ ଜେଟର ବ୍ୟବସ୍ଥା କରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ଗୃହପାଳିତ ପଶୁମାନଙ୍କ ସହିତ ଯାତ୍ରା କରିବାକୁ ଇଚ୍ଛୁକ ନଥିଲେ। ଯାହା ପରେ ଫସି ରହିଥିବା ଗୃହପାଳିତ ପଶୁଙ୍କ ପାଇଁ ସ୍ୱତନ୍ତ୍ର ପ୍ରାଇଭେଟ ଜେଟ୍ ର ବ୍ୟବସ୍ଥା କରିବା ନେଇ ଦୀପିକାଙ୍କ ମନକୁ ଆସିଥିଲା | ଏହା ପରେ ସେ ୬ଟି ସିଟ୍ ବିଶିଷ୍ଟ ପ୍ରାଇଭେଟ ଜେଟ୍ ପାଇଁ ଆକ୍ରେସନ୍ ଆଭିଏସନ୍ ନିକଟକୁ ଯାଇଥିଲେ | ଦୀପିକାଙ୍କ କଥା ଶୁଣିବା ପରେ ଆକ୍ରେସନ୍ ଆଭିଏସନ୍ ତାଙ୍କୁ ୬ଟି ସିଟ ବିଶିଷ୍ଟ ପ୍ରାଇଭେଟ ଜେଟ୍ ଦେବାକୁ ରାଜି ହୋଇଥିଲେ | ସମଗ୍ର ବିମାନର ମୂଲ୍ୟ ୯.୦୬ ଲକ୍ଷ ଟଙ୍କା ଥିବାବେଳେ ପ୍ରତ୍ୟେକ ସିଟ୍ ମୂଲ୍ୟ ୧.୬୦ ଲକ୍ଷ ଟଙ୍କା ରହିଥିବା ଜଣା ପଡିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ଚାରି ଜଣ ଲୋକ ସେମାନଙ୍କର ଗୃହପାଳିତ ପଶୁମାନଙ୍କୁ ଦିଲ୍ଲୀରୁ ମୁମ୍ବାଇ ଫେରାଇ ନେବାକୁ ରାଜି ହୋଇଛନ୍ତି ବୋଲି ସିଂ କହିଛନ୍ତି। ଏହି ଯାତ୍ରା ପାଇଁ ଘରୋଇ ଜେଟ୍ ଆଉ ଦୁଇଟି ଗୃହପାଳିତ ପଶୁ ଆବଶ୍ୟକ କରୁଥିବା ଜଣା ପଡିଛି | ଆକ୍ରେସନ୍ ଆଭିଏସନର ମାଲିକ ରାହୁଲ ମୁଚାଲ କହିଛନ୍ତି, “ଦୀପିକା ଚାରିଟି ଗୃହପାଳିତ ପଶୁମାନଙ୍କ ମାଲିକଙ୍କ ସହ କଥା ହୋଇଛନ୍ତି। ପ୍ରାଇଭେଟ ଜେଟ୍ ର ୬ଟି ସିଟ ଥିବାରୁ ଆମେ ଆଉ ଦୁଇଟି ଗୃହପାଳିତ ପଶୁ ପାଇବା ମାତ୍ରେ ଉଡ଼ାଣର ପ୍ରସ୍ତୁତି ଆରମ୍ଭ କରିବୁ | ବିମାନ ଚଳିତ ମାସର ଦ୍ୱିତୀୟ ସପ୍ତାହରେ ଉଡ଼ାଣ ଭରିବ। ମୁଚାଲଙ୍କ ଅନୁଯାୟୀ, ଅଧିକାଂଶ ଲୋକ ଯେଉଁମାନେ ସେମାନଙ୍କ ଗୃହପାଳିତ ପଶୁମାନଙ୍କ ସହିତ ଯାତ୍ରା କରନ୍ତି, ଉଡ଼ାଣ ସମୟରେ ଗୃହପାଳିତ ପଶୁକୁ ପିଞ୍ଜରା ଭିତରେ ରଖାଯାଇଥାଏ | ଏହି ପ୍ରୋଟୋକଲ୍ ଉଡ଼ାଣ ଭରିବାକୁ ଥିବା ୬ଟି ଗୃହପାଳିତ ପଶୁଙ୍କ ପାଇଁ ମଧ୍ୟ ଲାଗୁ ହବ | ବୋର୍ଡିଂ ପୂର୍ବରୁ ପଶୁମାନଙ୍କ ସ୍କ୍ରିନିଂ କରାଯିବ ଏବଂ ସମସ୍ତ ଗୃହପାଳିତ ପଶୁଙ୍କ ତାପମାତ୍ରା ଚେକ କରାଯିବ |