ହଷ୍ଟନ୍ (ଯୁକ୍ତରାଷ୍ଟ୍ର ଆମେରିକା): ମଙ୍ଗଳବାର ଦିନ ହଷ୍ଟନ୍ ବାହାରେ ଥିବା ଗୋଟାଏ ଛୋଟ ବିମାନ ବନ୍ଦରରୁ ଉଡ଼ାଣ ଉଦ୍ୟମ କରୁଥିବା ବେଳେ ଏକ ଘରୋଇ ଜେଟ୍ ବିମାନରେ ନିଆଁ ଲାଗିଯାଇଥିଲା। କିନ୍ତୁ, ସେଥିରେ ଥିବା ୨୧ଜଣ ବ୍ୟକ୍ତି ବିଶେଷ ଆହତ ନ ହୋଇ ଅଳ୍ପକେ ନିସ୍ତାର ପାଇଯାଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା ବିମାନ ଚଳାଚଳ ଅଧିକାରୀମାନେ କହିଛନ୍ତି।
ସ୍ଥାନୀୟ ସମୟ ସକାଳ ୧୦ଟା ପରେ ପରେ ‘ହଷ୍ଟନ୍ ଏକ୍ଜିକ୍ୟୁଟିଭ୍ ଏୟାର୍ପୋର୍ଟ’ରୁ ଉଡ଼ାଣ ଆରମ୍ଭ କରୁଥିବା ବଳେ ‘ଦି ମକ୍ଡନେଲ୍ ଡଗ୍ଲାସ୍ ଏମ୍ଡି-୮୭’ ନାମକ ଜେଟ୍ ବିମାନଟି ବିମାନ ବନ୍ଦରର ବାଡ଼ ମଧ୍ୟକୁ ଗଡ଼ି ଯିବାରୁ ସେଥିରେ ନିଆଁ ଲାଗିଯାଇଥିଲା ବୋଲି ଇ-ମଲେ୍ ଜରିଆରେ ‘ଫେଡେରାଲ୍ ଆଡ୍ମିନିଷ୍ଟ୍ରେସନ୍’ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ ଜଣାଇଛି।
Image Courtesy of Union Leaderବିମାନରେ ଥିବା ୧୮ଜଣ ଯାତ୍ରୀ ଏବଂ ୩ଜଣ କ୍ରୁ’ ନିରାପଦରେ ବାହାରି ଆସିବାକୁ ସମର୍ଥ ହୋଇଥିଲେ। ସାମାନ୍ୟ ଆହତ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା କଥା ‘ଓ୍ଵାଲର୍ କାଉଣ୍ଟି ସେରିଫ୍’ ଟ୍ରୟ ଜିଡ୍ରାଇ ‘ରଏଟର୍ସ’କୁ କହିଛନ୍ତି।
Image Courtesy of India Today‘ମେଜର୍ ଲିଗ୍ ବେସ୍ବଲ୍ସ୍ ଆମେରିକାନ୍ ଲିଗ୍ ଚାମ୍ପିଅନ୍ସିପ୍ ସିରିଜ୍’ର ଚତୁର୍ଥ ମ୍ୟାଚ୍ ‘ହଷ୍ଟନ୍ ଆଷ୍ଟ୍ରୋଜ୍ ପ୍ଲେ ଦି ରେଡ୍ ସକ୍ସ୍’ ଦେଖିବା ପାଇଁ ଯାତ୍ରୀମାନେ ବୋଷ୍ଟନ୍ ଅଭିମୁଖେ ଯାଉଥିଲେ।
‘ଦି ନ୍ୟାସ୍ନାଲ୍ ଟ୍ରାନ୍ସ୍ପୋର୍ଟେସନ୍ ସେଫ୍ଟି ବୋର୍ଡ’ ଏହି ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Fire-Burnt-in-Flight_Thumbnail.jpg)