ତେଲେଙ୍ଗାନାରେ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ; ପାଇଲଟ ସୁରକ୍ଷିତ

ହାଇଦ୍ରାବାଦ (ତେଲେଙ୍ଗାନା): ତେଲେଙ୍ଗାନାର ମୋକିଲା ଗ୍ରାମ ନିକଟରେ ଆଜି ମଧ୍ୟାହ୍ନରେ ଏକ ଘରୋଇ ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନଟି ତଳକୁ ଖସିପଡ଼ି ଭାଙ୍ଗିରୁଜି ଯାଇଥିଲେ ସୁଦ୍ଧା ବିମାନର ପାଇଲଟ ସୁରକ୍ଷିତ ଥିବା ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ପ୍ରକାଶ କରିଛି। ଏ ଦୁର୍ଘଟଣା ସଂପର୍କିତ ସବିଶେଷ ବିବରଣୀକୁ ଅପେକ୍ଷା କରାଯାଇଛି। ଏହି ଦୁର୍ଘଟଣା ତେଲେଙ୍ଗାନା ରାଜ୍ୟର ରଙ୍ଗା ରେଡ୍ଡି ଜିଲ୍ଲାର ଶଙ୍କରାପାଲ୍ଲୀ ଅଞ୍ଚଳରେ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ, ଦୁର୍ଘଟଣା ଘଟିବା ସ୍ଥାନରେ ଅନେକ କୋଠା ନିର୍ମାଣଧୀନ ଅବସ୍ଥାରେ ରହିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ଖୋଲା ପଡ଼ିଆରେ ଖସିପଡ଼ିବାରୁ ଏହି ଦୁର୍ଘଟଣାରେ ଅଧିକ କ୍ଷୟକ୍ଷତି ଘଟିନାହିଁ। ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଛନ୍ତି। ପୁଲିସ୍‌ ପକ୍ଷରୁ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।

ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର