ପ୍ରିୟଦର୍ଶିନୀ ମାତ୍ତୋଙ୍କ ହତ୍ୟାକାରୀକୁ ପାରୋଲ

ନୂଆଦିଲ୍ଲୀ: ୧୯୯୬ରେ ଘଟିଥିବା ପ୍ରିୟଦର୍ଶିନୀ ମାତ୍ତୋ ଦୁଷ୍କର୍ମ ଏବଂ ହତ୍ୟାରେ ଦୋଷୀ ସାବ୍ୟସ୍ତ ସନ୍ତୋଷ କୁମାର ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ୩ ସପ୍ତାହ ପାଇଁ ପାରୋଲରେ ଯିବାକୁ ଅନୁମତି ଦେଇଛନ୍ତି। ଦୋଷୀ ସନ୍ତୋଷ ଏଲ୍‌ଏଲ୍‌ଏମ ପରୀକ୍ଷା ଦେବା ପାଇଁ କରିଥିବା ଆବେଦନକୁ ବିଚାର କରି ଜଷ୍ଟିସ୍‌ ମୁକ୍ତା ଗୁପ୍ତା ଅନୁମତି ଦେଇଛନ୍ତି। ୧୯୯୬ ଜାନୁଆରିରେ ମାତ୍ତୋଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ସନ୍ତୋଷକୁ ୧୯୯୯ରେ ନିର୍ଦୋଷ ବୋଲି ରାୟ ଦିଆଯାଇଥିବା ବେଳେ ଉକ୍ତ ରାୟକୁ ଦିଲ୍ଲୀ ହାଇକୋର୍ଟ ବଦଳାଇ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ପୂର୍ବତନ ଆଇପିଏସ୍‌ଙ୍କ ପୁଅ ସନ୍ତୋଷ ମୃତ୍ୟୁ ଦଣ୍ଡାଦେଶକୁ ଚାଲେଞ୍ଜ କରି ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ କୋର୍ଟ ସନ୍ତୋଷଙ୍କ ମୃତ୍ୟୁ ଦଣ୍ଡାଦେଶ କୋହଳ କରି ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର