କଂଗ୍ରେସ ଛାଡ଼ିବେ ପ୍ରିୟା ଦତ୍ତ ! ଶିବସେନା (ସିନ୍ଦେ ଗୋଷ୍ଠୀ)ରେ ଯୋଗ ଦେଇପାରନ୍ତି

ମୁମ୍ବାଇ: କଂଗ୍ରେସ ନେତ୍ରୀ ପ୍ରିୟା ଦତ୍ତ କଂଗ୍ରେସ ଛାଡି ଶିବସେନା ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି । ପ୍ରିୟା ଦତ୍ତ ହେଉଛନ୍ତି ଦିବଙ୍ଗତ ଅଭିନେତା ତଥା କଂଗ୍ରେସ ନେତା ସୁନୀଲ ଦତ୍ତଙ୍କ ଝିଅ ଏବଂ ଅଭିନେତା ସଞ୍ଜୟ ଦତ୍ତଙ୍କ ଭଉଣୀ । ଅଶୋକ ଚୌହାନ, ବାବା ସିଦ୍ଦିକି ଏବଂ ମିଲିନ୍ଦ ଦେଓରାଙ୍କ ପରେ ବର୍ତ୍ତମାନର ପ୍ରିୟା ଦତ୍ତ ମଧ୍ୟ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡୁଥିବା ନେତାଙ୍କ ମଧ୍ୟରେ ରହିପାରନ୍ତି ।

ପ୍ରିୟା ଦତ୍ତ ୨୦୦୯ରେ ମୁମ୍ବାଇ ଉତ୍ତର କେନ୍ଦ୍ରୀୟ ଆସନରୁ କଂଗ୍ରେସ ସାଂସଦ ଥିଲେ। ୨୦୧୪ ଓ ୨୦୧୯ରେ ସେ ପୁନମ ମହାଜନଙ୍କ ଠାରୁ ହାରିଯାଇଥିଲେ। ଶିବସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରିୟା ଦତ୍ତ କେବଳ ସିନ୍ଦେ ଗୋଷ୍ଠୀ ଶିବସେନାରେ ଯୋଗ ଦେବେ ନାହିଁ ବରଂ ଶିବସେନା ତାଙ୍କୁ ଉତ୍ତର କେନ୍ଦ୍ରୀୟ ଆସନରୁ ପ୍ରାର୍ଥୀ କରିପାରେ। ତେବେ ପ୍ରିୟା ଦତ୍ତ ଗତ ୫ ବର୍ଷ ହେବ  ରାଜନୀତିରେ ସେତେଟା ସକ୍ରିୟ ହୋଇନାହାନ୍ତି।

ଗତ ପାଞ୍ଚ ବର୍ଷ ମଧ୍ୟରେ ସେ କଂଗ୍ରେସର ଅଳ୍ପ କିଛି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ନିକଟରେ ଏନସିପି (ଅଜିତ ପାୱାର)ରେ ଯୋଗ ଦେଇଥିବା ବାବା ସିଦ୍ଦିକି ପ୍ରିୟା ଦତ୍ତଙ୍କ ପାଇଁ ଏନଡିଏ ମେଣ୍ଟରେ ଯୋଗଦାନ ପାଇଁ ସହାୟତା କରୁଛନ୍ତି । କିନ୍ତୁ ପ୍ରିୟା ଦତ୍ତ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି ।

ସମ୍ବନ୍ଧିତ ଖବର