ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁ ନାହାଁନ୍ତି ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତ, ମେଲ୍‌ କରି ରାହୁଲଙ୍କୁ ସ୍ପଷ୍ଟ ମନା କରିଦେଲେ

ମୁମ୍ବାଇ : କଂଗ୍ରେସର ପୂର୍ବତମ ସାଂସଦ ପ୍ରିୟା ଦତ୍ତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକ ଇ-ମେଲ୍‌ ଜରିଆରେ ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଲେଖିଛନ୍ତି । ପ୍ରିୟା ମେଲ୍‌ କରି ଏ ବିଷୟରେ ରାହୁଲ ଗାନ୍ଧୀଙ୍କୁ ସ୍ପଷ୍ଟ ଭାବେ ଜଣାଇଛନ୍ତି । ମୁମ୍ବାଇରେ ଥିବା କଂଗ୍ରେସ ନେତାମାନଙ୍କର ଦଳବନ୍ଦୀ ପାଇଁ ଚିନ୍ତିତ ହୋଇ ସେ ଏହି ନିଷ୍ପତି ନେଇଥିବା ଲେଖିଛନ୍ତି । ପ୍ରିୟା ଏଭଳି ନିଷ୍ପତି ନେବା ପରେ ଏବେ ଦଳ ନୂଆ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଛି । ପ୍ରିୟାଙ୍କ ବଦଳରେ କୌଣସି ଫିଲ୍ମ କଳାକାରଙ୍କୁ ନେବା ପାଇଁ ଦଳ ଚିନ୍ତା କରୁଥିବା ଜଣାପଡ଼ିଛି ।

oneindia.com

ସୂଚନା ମୁତାବକ, ଦଳ ମଧ୍ୟରେ ହେଉଥିବା ଦଳବନ୍ଦୀକୁ ନେଇ ପ୍ରିୟା ପୂର୍ବରୁ ଅନେକ ଥର ଅଭିଯୋଗ କରି ଆସୁଥିଲେ । କିନ୍ତୁ ତାଙ୍କ ଅଭିଯୋଗକୁ କେହି ଶୁଣି ନଥିଲେ । ୨୦୧୭ରେ ହୋଇଥିବା ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ ଦଳ ହାରିବା ପରେ ଦଳ ନିଜ ରୋଗରେ ପୀଡ଼ିତ ବୋଲି ମନ୍ତବ୍ୟ ଦେଇଥିଲେ ପ୍ରିୟା। ଏହା ସହ ରାହୁଲଙ୍କର ଅଭିଜ୍ଞତା କମ୍‌ ବୋଲି ମଧ୍ୟ ସେ କହିଥିଲେ ।

ସମ୍ବନ୍ଧିତ ଖବର