ରୋହିଙ୍ଗ୍ୟା କ୍ୟାମ୍ପକୁ ଯାଇ ଚର୍ଚ୍ଚାରେ ପ୍ରିୟଙ୍କା

ଢାକା: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜି ବାଂଲାଦେଶର ଢାକା ସ୍ଥିତ କକ୍ସ ବଜାରରେ ଥିବା ରେହିଙ୍ଗ୍ୟା କ୍ୟାମ୍ପକୁ ଯାଇ ଶରଣାର୍ଥୀଙ୍କ ସହ ମିଶିଥିଲେ। ୟୁନିସେଫର ସ୍ୱତନ୍ତ୍ର ପ୍ରତିନିଧି ପ୍ରିୟଙ୍କା ରୋହିଙ୍ଗ୍ୟାଙ୍କ ସଙ୍କଟକୁ ଉଦବେଗଜନକ ବୋଲି କହିବା ସହିତ ସେମାନଙ୍କର ସହାୟତା ପାଇଁ ନିବେଦନ କରିଛନ୍ତି। ରୋହିଙ୍ଗ୍ୟା ପିଲାମାନଙ୍କୁ ଏକ ଉଜ୍ୱଳ ଭବିଷ୍ୟତ ପାଇଁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ନିତାନ୍ତ ଆବଶ୍ୟକ ବୋଲି ପ୍ରିୟଙ୍କା କହିଛନ୍ତି। ପ୍ରିୟଙ୍କାଙ୍କ ଏହି ସମୟର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରିୟଙ୍କାଙ୍କ ଏହି ପଦକ୍ଷେପକୁ କେତେକ ମହଲ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର