ପ୍ରିୟଙ୍କାଙ୍କ ଗଙ୍ଗା ଯାତ୍ରା ସରିଲା

ଲକ୍ଷ୍ନୌ : କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ୩ ଦିନିଆ ଗଙ୍ଗା ଯାତ୍ରା  ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀରେ ପ୍ରୀୟଙ୍କା ଏହି ଯାତ୍ରା ମାଧ୍ୟମରେ ଗଙ୍ଗାତଟର ୫ଟି ବିଧାନସଭା ନିର୍ବାଚନ କ୍ଷେତ୍ରର ଜନତାଙ୍କ ସହିତ ସଂପର୍କ ସ୍ଥାପନ କରିଛନ୍ତି। ପ୍ରିୟଙ୍କା ପ୍ରୟାଗରାଜରୁ ବାରାଣାସୀ ପର୍ଯ୍ୟନ୍ତ ୧୪୦ କିମି ବାଟ ବୋଟ୍‌ରେ ଯାତ୍ରା କରିଥିଲେ।  ଅସି ଘାଟରେ ପ୍ରିୟଙ୍କା କିଛି ସମୟ ଅତିବାହିତ କରିଥିବାବେଳେ ବାରାଣାସୀର ଦଶାଶ୍ବମେଧ ଘାଟରେ ଆରତି କରିଛନ୍ତି। ଗସ୍ତର ଦ୍ବିତୀୟ ଦିନରେ ପ୍ରିୟଙ୍କା ବିନ୍ଧ୍ୟାଚଳ, ଭ‌ଦୋଇ ଏବଂ ମିର୍ଜାପୁର ଗସ୍ତ କରିଥିଲେ। ନଦୀ ତଟବର୍ତ୍ତୀ ଅଞ୍ଚଳସ୍ଥ ଲୋକମାନଙ୍କ ସହ ପ୍ରିୟଙ୍କା ବିଭିନ୍ନ ବିଷୟରେ ଆଲୋଚନା କରି କଂଗ୍ରେସକୁ ସମର୍ଥନ ଦେବାକୁ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପ୍ରିୟଙ୍କା  କଡ଼ା ଜବାବ ଦେଇଛନ୍ତି। ପ୍ରଧାନମନ୍ତ୍ରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଏବଂ ବୋକା ବ‌ୋଲି ଭାବୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। ମୋଦୀ ପ୍ରଥମେ  ବ୍ଲଗ୍‌ ମାଧ୍ୟମରେ ବଂଶବାଦ ରାଜନୀତି ନେଇ କଂଗ୍ରେସକୁ କଡ଼ା ସମାଲୋଚନା କରିବାପରେ ପ୍ରିୟଙ୍କା ଏହାର କଡ଼ା ଜବାବ ଦେଇ କହିଥିଲେ, ଗତ ୫ ବର୍ଷ ଧରି ବିଜେପି ଦେଶର ପ୍ରତ୍ୟେକଟି ଅନୁଷ୍ଠାନ ଉପରେ ଆକ୍ରମଣ କରି ଆସୁଛି ଏବଂ ମୋଦୀଙ୍କ ଶାସନରେ କୌଣସି ଅନୁଷ୍ଠାନ ସୁରକ୍ଷିତ ନାହିଁ।

ସମ୍ବନ୍ଧିତ ଖବର