ବାରଣାସୀରେ ‌‌ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା!

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କଂଗ୍ରେସର ଭାଗ୍ୟ ବଦଳାଇବାକୁ ସଂଘର୍ଷ ଜାରି ରଖିଥିବା‌ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଏଥର ନିର୍ବା‌ଚନ ଲଢ଼ିବେ। ବାରଣାସୀ ଆସନରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି। ନିଜେ ପ୍ରିୟଙ୍କା ମଧ୍ୟ ଏ ବାବଦରେ ସୁରାକ୍ ଦେଇ ସାରିଛନ୍ତି। ପ୍ରିୟଙ୍କା ଚଳିତ ‌ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି କୁହାଯାଉଥିବା ବେଳେ ଏବେ କଂଗ୍ରେସ ତା’ର ରଣନୀତି ବଦଳାଇଛି। ପ୍ରିୟଙ୍କା ଏବେ ତାଙ୍କ ମା’ ସୋନିଆ ଗାନ୍ଧୀ ଏବଂ ଭାଇ ରାହୁଲ ଗାନ୍ଧୀଙ୍କ ପାଇଁ ଉତ୍ତରପ୍ରଦେଶର ଆମେଥୀ ଏବଂ ରାଏବରେଲିରେ ନିର୍ବାଚନ ପ୍ରଚାର ଚଳାଇବା ସହ ପୂର୍ବ ଉତ୍ତରପ୍ରଦେଶ ପ୍ରତି ଅଧିକ ଗୁରୁତ୍ବ ଦେଉଛନ୍ତି। ତେବେ ଗତକାଲି ରାଏବରେଲିରେ ପ୍ରିୟଙ୍କା ଗାନ୍ଧୀଙ୍କୁ କିଛି କଂଗ୍ରେସ କର୍ମୀ ସେଠାରୁ ନିର୍ବାଚନ ଲଢ଼ିବାପାଇଁ ଅନୁରୋଧ କରିଥିବାବେଳେ ପ୍ରିୟଙ୍କା କହିଥିଲେ ରାଏବରେଲି କାହିଁକି ସେ ବାରାଣାସୀରୁ ନିର୍ବାଚନ ଲଢ଼ିଲେ ସମସ୍ୟା କ’ଣ। ଏହା ପୂର୍ବରୁ ମଧ୍ୟ ପ୍ରିୟଙ୍କା ସୂଚନା ଦେଇଥିଲେ, ଯଦି ଦଳ ଚାହିଁବ ‌ତେବେ ସେ ନିର୍ବାଚନ ଲଢ଼ିବେ। ପ୍ରିୟଙ୍କାଙ୍କ ଏଭଳି ଉତ୍ତରକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର