ବେଙ୍ଗାଲୁରୁ: କଂଗ୍ରେସର ସାଧାରଣ ସଂପାଦକ ଦାୟିତ୍ବ ନେଇଥିବା ପ୍ରିୟଙ୍କା ଗାନ୍ଧୀ ଏବେ ଦକ୍ଷିଣ ଭାରତରେ ମଧ୍ୟ ଦଳର ପ୍ରଚାର ମଂଗ ଧରିବେ ବୋଲି ଜଣାପଡ଼ିଛି। ପ୍ରିୟଙ୍କା ସୋନିଆ ଗାନ୍ଧୀଙ୍କ ନିର୍ବାଚନ ମଣ୍ଡଳୀ ରାଏବରେଲିରୁ ପ୍ରାର୍ଥୀ ହୋଇପାରନ୍ତି, କିନ୍ତୁ ସେ ଦଳର ଷ୍ଟାର୍ ପ୍ରଚାରକ ଭାବେ ଦକ୍ଷିଣ ଭାରତରେ ମଧ୍ୟ ପ୍ରଚାର କରିବେ। କର୍ଣ୍ଣାଟକ ଏବଂ କେରଳରେ ପ୍ରିୟଙ୍କାଙ୍କୁ ପ୍ରଚାର ମଇଦାନରେ ଓହ୍ଲାଇବାକୁ ଦଳ ଯୋଜନା କରୁଛି। ପ୍ରିୟଙ୍କାଙ୍କ ଉପସ୍ଥିତି କର୍ଣ୍ଣାଟକରେ କଂଗ୍ରେସକୁ ବେଶ୍ ଫାଇଦା ଦେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି। କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏବେଠାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହେଲାଣି। ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ବ ପ୍ରିୟଙ୍କାଙ୍କ ଉପରେ ପୂର୍ବରୁ ନ୍ୟସ୍ତ ରହିଛି ଏବଂ ସେ ଅଭିଯାନ ଆରମ୍ଭ କରିସାରିଛନ୍ତି।
ଦକ୍ଷିଣରେ ବି ଗଡ଼ ସମ୍ଭାଳିବେ ପ୍ରିୟଙ୍କା
/sambad/media/post_attachments/wp-content/uploads/2019/01/download-1-68.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)