ଭୋଟ ପାଇବାକୁ ଗ୍ୟାସ ସିଲିଣ୍ଡର ଭରସା, ସେବେ ବିଜେପି ଆଉ ଏବେ କଂଗ୍ରେସର ଯୋଜନା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ମହିଳାଙ୍କ ପାଇଁ ୪୦ ପ୍ରତିଶତ ଟିକେଟ, ମାଗଣା ସ୍କୁଟି, ସ୍ମାର୍ଟ ଫୋନ୍ ଏବଂ ସରକାରୀ ବସ୍ ରେ ମାଗଣା ଯାତ୍ରା ଘୋଷଣା କରିବା ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ଆଉ ଏକ ବଡ ପ୍ରତିଶୃତି ଦେଇଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ଯଦି ଆମ ସରକାର ୟୁପିରେ ଆସନ୍ତି, ତେବେ ମହିଳାମାନଙ୍କୁ ଗୋଟିଏ ବର୍ଷରେ ତିନିଟି ମାଗଣା ଗ୍ୟାସ ସିଲିଣ୍ଡର ଦିଆଯିବ। ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶରେ ବିଜେପିକୁ କ୍ଷମତାକୁ ଆଣିବାରେ ଉଜ୍ଜ୍ବଲା ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା |

ବର୍ତ୍ତମାନ ଏଲପିଜି ସିଲିଣ୍ଡରର ମୂଲ୍ୟ ଏକ ହଜାର ଟଙ୍କା ଅତିକ୍ରମ କରିଛି। ଆଉ ପ୍ରତ୍ୟେକ ରାଜନୈତିକ ଦଳ ରନ୍ଧନ ଗ୍ୟାସ ମୂଲ୍ୟବୃଦ୍ଧିକୁ ନେଇ ଏକ ପ୍ରସଙ୍ଗ କରୁଛନ୍ତି। ତେବେ ଆଜି ଗୋରଖପୁରର ଚମ୍ପା ଦେବୀ ପାର୍କରେ ଆୟୋଜିତ ପ୍ରତିଜ୍ଞା ରାଲିରେ ପ୍ରିୟଙ୍କା ଉତ୍ତରପ୍ରଦେଶ ତଥା ସାରା ଦେଶର ମହିଳାଙ୍କ ପ୍ରସଙ୍ଗ ଉଠାଇଥିଲେ। ପ୍ରିୟଙ୍କା କହିଛନ୍ତି ଯେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ମହିଳାମାନେ ସମ୍ବେଦନଶୀଳ ହୋଇଥିବାବେଳେ ଯଦି ସେମାନେ ରାଜନୀତିରେ ପ୍ରବେଶ କରନ୍ତି ତେବେ ପରିବର୍ତ୍ତନ ଦେଖାଯିବ | ସେ କହିଛନ୍ତି ଯେ ଯଦି କଂଗ୍ରେସ ସରକାର ଆସେ ତେବେ ମତ୍ସ୍ୟ ଚାଷକୁ କୃଷି ମାନ୍ୟତା ଦିଆଯିବ।

lpg cylinder

କୃଷକଙ୍କ ସମ୍ପୂର୍ଣ୍ଣ ଋଣ ଛାଡ କରାଯିବ। ୨୦ ଲକ୍ଷ ସରକାରୀ ଚାକିରି ଦିଆଯିବ ଓ ଚୁକ୍ତିଭିତ୍ତିକ ଶ୍ରମିକମାନେ ନିୟମିତ ହେବେ। ସୂଚନା ଥାଉ କି ଆଜିର ପ୍ରତିଶୃତି ପୂର୍ବରୁ ନିର୍ବାଚନରେ ​​କଂଗ୍ରେସ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବା ସହ ଛାତ୍ରୀମାନଙ୍କୁ ମାଗଣା ସ୍କୁଟି ଏବଂ ସ୍ମାର୍ଟ ଫୋନ୍ ମଧ୍ୟ ଦିଆଯିବ ବୋଲି ପ୍ରିୟଙ୍କା ଘୋଷଣା କରିଥିଲେ । ସେହିପରି ସରକାରୀ ବସ୍ ରେ ମାଗଣା ଯାତ୍ରା ସାଙ୍ଗକୁ ଆଶାକର୍ମୀଙ୍କୁ ୧୦,୦୦୦ ଟଙ୍କା ଦରମା ଦିଆଯିବ ବୋଲି ଘୋଷଣା କରିଥିଲେ |

ସମ୍ବନ୍ଧିତ ଖବର