ପ୍ରିୟଙ୍କା ଗାନ୍ଧୀ ଅମେଥି ଗସ୍ତରେ ଥିବା ବେଳେ ମହିଳାମାନେ କହିଲେ; ଆପଣଙ୍କର ୫ବର୍ଷ ପରେ ମନେ ପଡ଼ିଲା ? ପ୍ରିୟଙ୍କା ପଚାରିଲେ; ରାହୁଲଜୀ ଆସୁ ନାହାନ୍ତି କି ?

ଅମେଥି : କଂଗ୍ରେସର ମହାସଚିବ ହେବା ପରେ ଏବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଗାମୀ ନିର୍ବାଚନ ପାଇଁ ପ୍ରଚାର ଜାରି ରଖିଛନ୍ତି । ନିଜେ ନିର୍ବାଚନ ନ ଲଢ଼ି ଭାଇ ତଥା କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ସେ ନିର୍ବାଚନୀ ପ୍ରଚାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଯାହା ପରେ ଉତ୍ତରପ୍ରଦେଶରୁ ସେ ନିର୍ବାଚନୀ ପ୍ରଚାର ଆରମ୍ଭ କରି ଦେଇଥିବା ଜଣାପଡ଼ିଛି । କିଛି ସ୍ଥାନରେ ତାଙ୍କୁ ଲୋକେ ସମର୍ଥନ କରୁଥିବା ବେଳେ କିଛି ସ୍ଥାନରେ ତାଙ୍କୁ ଲୋକ ବିରୋଧ ପ୍ରଦର୍ଶନ କରୁଥିବା ଦେଖା ଯାଇଛି । ଗତକାଲି ପ୍ରିୟଙ୍କାଙ୍କ ଏକ ପୋଷ୍ଟର ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଠକ ବୋଲି ଲେଖାଥିବା ସହ କିଛି ସ୍ଲୋଗାନ ଲେଖା ଯାଇଥିଲା । ତେବେ ଆଜି ପୁଣି ଏକ ଖବର ସାମ୍ନାକୁ ଆସିଛି । ପ୍ରିୟଙ୍କା ଗାନ୍ଧୀ ରାହୁଲଙ୍କ ସଂସଦୀୟ କ୍ଷେତ୍ରରେ ପ୍ରଚାର କରୁଥିବା ବେଳେ କିଛି ମହିଳା ତାଙ୍କୁ ଯେଉଁଭଳି ଭାବରେ ପ୍ରଶ୍ନ କରିଥିଲେ, ତା’କୁ ଶୁଣି ସେଠାରୁ ଚାଲି ଆସିଥିଲେ ପ୍ରିୟଙ୍କା ଗାନ୍ଧୀ ।

DNA India

ସୂଚନା ମୁତାବକ, ପ୍ରଚାର ସମୟରେ ପ୍ରିୟଙ୍କା ଗାନ୍ଧୀ କିଛି ମହିଳାଙ୍କୁ ଭେଟିଥିଲେ । ଯାହା ପରେ ମହିଳାମାନେ ତାଙ୍କୁ କୌଣସି ସୁବିଧା ମିଳୁ ନଥିବା କହିବା ସହ ଆପଣ ୫ବର୍ଷରେ ମୁହଁ ଦେଖାଇବାକୁ ଆସୁଥିବା କହିଥିଲେ । ଏହା ଶୁଣି ପ୍ରିୟଙ୍କା ନିଜ ଭାଇ ରାହୁଲଙ୍କ ନାଁ ନେଇ ରାହୁଲଜୀ ଆସୁ ନାହାନ୍ତି କି ବୋଲି ପ୍ରଶ୍ନ କରିଥିଲେ । ପ୍ରିୟଙ୍କାଙ୍କ ପ୍ରଶ୍ନ ଶୁଣି ମହିଳାମାନେ ନିରାଶ ହୋଇ କେହି ବି ଆସୁ ନାହାନ୍ତି ବୋଲି କହିଥିଲେ । ଏହା ଶୁଣି ପ୍ରିୟଙ୍କା ଗାନ୍ଧୀ ସେଠାରୁ ଚାଲି ଆସିଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର